ୟୁପି ଜେଲ୍‌ରେ ମୁଖ୍‌ତାର ଅନ୍‌ସାରୀ: ନୂଆ ଠିକଣା ବାନ୍ଦା ଜେଲ୍‌, ବାରାକ୍‌-୧୫

ମୁଖତାର ଅନସାରୀ ବିଜେପିର ଗୁଣ୍ଡାମାନଙ୍କ ବିରୋଧରେ ଲଢୁଥିଲେ: ସମାଜବାଦୀ ପାର୍ଟି ବିଧାୟକ

Scroll.in

ନୂଆଦିଲ୍ଲୀ : ପଂଜାବ ଜେଲ୍‌ରେ ୨ ବର୍ଷରୁ ଅଧିକ ସମୟ ଅତିବାହିତ କରିବାପରେ ଗ୍ୟାଙ୍ଗଷ୍ଟର୍‌ରୁ ରାଜନେତା‌ ବନିଥିବା ମୁଖ୍‌ତାର ଅନ୍‌ସାରି ଆଜି ଉତ୍ତରପ୍ରଦେଶର ବାନ୍ଦା ଜେଲ୍‌ରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ପଂଜାବରୁ ଉତ୍ତରପ୍ରଦେଶ ଅଣାଯାଇଛି। ଅନ୍‌ସାରୀଙ୍କ ବିରୋଧରେ ଉତ୍ତରପ୍ରଦେଶରେ ହତ୍ୟା ଏବଂ ଦାଦାବଟି ଆଦାୟ ସମେତ ୫୦ ରୁ ଅଧିକ ଅପରାଧିକ ମାମଲା ରହିଛି। ଅନ୍‌ସାରୀଙ୍କୁ ସଡ଼କ ପଥ ଦ୍ବାରା ପଂଜାବର ରୂପନଗର ଜେଲ୍‌ରୁ ବାନ୍ଦା ଅଣାଯାଇଥିଲା। ଅନ୍‌ସାରୀଙ୍କୁ ବାନ୍ଦା ଜିଲ୍ଲା ଜେଲ୍‌ର ବାରାକ୍‌ ନମ୍ବର ୧୫ରେ ରଖାଯାଇଛି।
ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ଆଣିବାପାଇଁ ଯାଇଥିବା ଟିମ୍‌ରେ ଶତାଧିକ ପୁଲିସ କର୍ମୀ ଥିଲେ। ଟିମ୍‌କୁ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ର ଦିଆଯାଇଥିଲା। ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ଆଣିବା ସମୟରେ ବାଟରେ ଆଗ୍ରା ନିକଟରେ ଗାଡ଼ି କାହିଁକି ୫ ମିନିଟ୍‌ ଅଟକିଥିଲା ସେନେଇ ତନାଘନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe