ଆବୋଟ୍ ଦ୍ୱାରା ପ୍ରସ୍ତୁତ ଆଣ୍ଟାସିଡ୍‌ ଡାଇଜିନ୍‌ ଜେଲ୍‌ ବ୍ୟବହାର ବନ୍ଦ କରିବାକୁ କହିଲା ଡିସିଜିଆଇ;ଜାଣନ୍ତୁ କାହିଁକି...

Advertisment
ଆବୋଟ୍ ଦ୍ୱାରା ପ୍ରସ୍ତୁତ ଆଣ୍ଟାସିଡ୍‌ ଡାଇଜିନ୍‌ ଜେଲ୍‌ ବ୍ୟବହାର ବନ୍ଦ କରିବାକୁ କହିଲା ଡିସିଜିଆଇ;ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ରାଜୀବ ସିଂହ ରଘୁବଂଶୀ ଔଷଧ ପ୍ରସ୍ତୁତକର୍ତ୍ତା ଆବୋଟ ଇଣ୍ଡିଆ ଦ୍ୱାରା ଏହାର ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ଆଣ୍ଟାସିଡ୍‌ ଡାଇଜିନ୍‌ ଜେଲ୍‌ ବ୍ୟବହାର ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।

ଡାଇଜିନ୍‌ ଜେଲ୍‌ ପୁଦିନା ଔଷଧର ନିୟମିତ ସ୍ୱାଦ ମିଠା ଏବଂ ରଙ୍ଗ ହାଲୁକା ଗୋଲାପୀ ହୋଇଥିବା ବେଳେ ସେହି ବ୍ୟାଚ୍‌ର ଏକ ବୋତଲ ଔଷଧର ରଙ୍ଗ ଧଳା ଏବଂ କଟୁ ସ୍ୱାଦ ଓ ତୀବ୍ର ଦୁର୍ଗନ୍ଧ ଥିବା ଅଭିଯୋଗ ହେବା ପରେ ଡିସିଜିଆଇ ଅଗଷ୍ଟ ୯ ତାରିଖରେ ଏହି ସତର୍କ ସୂଚନା (ଆଡଭାଇଜରି) ଜାରି କରିଛି।

ଡିସିଜିଆଇ କହିଛି ଯେ ଗୋଆ କାରଖାନାରେ ଉତ୍ପାଦିତ ଉତ୍ପାଦ ଅସୁରକ୍ଷିତ ହୋଇପାରେ ଏବଂ ଏହାର ବ୍ୟବହାର ଦ୍ୱାରା ପ୍ରତିକୂଳ ପ୍ରତିକ୍ରିୟା ହୋଇପାରେ।

ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା ଯୋଗାଉଥିବା ପେସାଦାରମାନେ ସତର୍କତାର ସହ ସେମାନଙ୍କ ରୋଗୀମାନଙ୍କୁ ଏହି ଉତ୍ପାଦର ବ୍ୟବହାର ବନ୍ଦ କରିବାକୁ କହିବା ସହ ଏହାର ସେବନ କାରଣରୁ ଉପୁଜିଥିବା କୌଣସି ଏଡିଆର (ପ୍ରତିକୂଳ ଔଷଧ ପ୍ରତିକ୍ରିୟା) ରିପୋର୍ଟ କରିବା ପାଇଁ ସଚେତନ କରିବା ଉଚିତ୍‌। ଏହି ଉତ୍ପାଦ ସହ ଜଡିତ ପ୍ରତିକୂଳ ପ୍ରତିକ୍ରିୟା ମାମଲାକୁ ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ ରିପୋର୍ଟ କରିବା ଉଚିତ।  ଡାକ୍ତର ରଘୁବଂଶୀଙ୍କ ଦ୍ୱାରା ଜାରି ଆଡଭାଇଜରିରେ ଏସବୁ କୁହାଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସଂପ୍ରତି ସକ୍ରିୟ ସେଲ୍‌ଫ ଥିବା ଏହି ଉତ୍ପାଦକୁ ବିତରଣରୁ ହଟାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe