ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା ରୁଟ୍‌ରେ ‘ଆଣ୍ଟି-କଲିସନ୍‌’ ସିଷ୍ଟମ ନିଖୋଜ

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା ରୁଟ୍‌ରେ ‘ଆଣ୍ଟି-କଲିସନ୍‌’ ସିଷ୍ଟମ ନିଖୋଜ

ନୂଆଦିଲ୍ଲୀ: ଗୁଆହାଟୀ-ଦିଲ୍ଲୀ ରୁଟ୍‌ରେ ରେଳବାଇର ’କବଚ’ ବା ଟ୍ରେନ୍‌ ଧକ୍କା ବିରୋଧୀ ବ୍ୟବସ୍ଥା ନଥିବା ବେଳେ ସୋମବାର ସିଆଲଦା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ସହ ମାଲବାହୀ ଟ୍ରେନ୍‌ର ଧକ୍କା ହୋଇଥିଲା।

ରେଳବାଇ ବୋର୍ଡର ଅଧ୍ୟକ୍ଷା ଜୟା ବର୍ମା ସିହ୍ନା କହିଛନ୍ତି ଯେ ଏହି ରୁଟ୍‌ ପାଇଁ ଅଟୋମେଟିକ୍‌ ଆଣ୍ଟି-କଲିସନ୍‌ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା କବଚ ଯୋଜନା କରାଯାଉଛି। ଏହା ବର୍ତ୍ତମାନ ସେଠାରେ ନାହିଁ ବୋଲି ସେ କହିଛନ୍ତି।

ଦୁର୍ଘଟଣାରେ ଆହତ ହୋଇଥିବା ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ସମ୍ଭାବ୍ୟ ମାନବିକ ତ୍ରୁଟି ସମ୍ପର୍କରେ ସୂଚନା ଦେଇ ସିହ୍ନା କହିଛନ୍ତି ଯେ ନୂଆ ଜଳପାଇଗୁଡ଼ି ନିକଟରେ ମାଲବାହୀ ଟ୍ରେନ୍‌ ସିଗନାଲ୍‌ କୁ ଅଣଦେଖା କରି ଅଗରତାଲାରୁ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇ ଥାଇପାରେ।

ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଧ୍ୟକ୍ଷ କହିଛନ୍ତି। ତେବେ ପଶ୍ଚିମବଙ୍ଗ ପୁଲିସର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ସଂଖ୍ୟା ୧୫ ରହିଛି।

ଏଥିରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମାଲବାହୀ ଟ୍ରେନର ଲୋକୋ ପାଇଲଟ ଏବଂ କାଞ୍ଚନଜଙ୍ଗା ଏକ୍ସପ୍ରେସର ଗାର୍ଡ ମଧ୍ୟ ପ୍ରାଣ ହରାଇଛନ୍ତି। ଏଥିରେ ପାଖାପାଖି ୫୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ନର୍ଥ ବେଙ୍ଗଲ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

କାଞ୍ଚନଜଙ୍ଗା ଏକ୍ସପ୍ରେସର ଗୋଟିଏ ଗାର୍ଡ କୋଚ୍‌ ଓ ଦୁଇଟି ପାର୍ସଲ ଭ୍ୟାନ୍‌ ନଷ୍ଟ ହୋଇଯାଇଥିବା ବେଳେ ଏହି ୩ଟି ବଗି ଯୋଗୁଁ ଯାତ୍ରୀବାହୀ ବଗିରେ ବିଶେଷ ପ୍ରଭାବ ପଡ଼ିନାହିଁ।

ଦୁର୍ଘଟଣାରେ ସାଧାରଣ ବଗି ମଧ୍ୟ ପ୍ରଭାବିତ ହୋଇଛି। ଆମର ପ୍ରାଥମିକତା ଥିଲା ଯାତ୍ରୀଙ୍କୁ ଉଦ୍ଧାର କରିବା। ଏବେ ଏହା ସମ୍ପୂର୍ଣ୍ଣ ହୋଇଛି। ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ଠାରୁ ୧୦ କିଲୋମିଟର ଦୂରରେ ଥିବା ଦୁର୍ଘଟଣାସ୍ଥଳରେ ଆମ ଏରିଆ ଅଫିସର ଓ ତାଙ୍କ ଟିମ୍‌ ପହଞ୍ଚିଥିଲେ ବୋଲି ସିହ୍ନା କହିଛନ୍ତି।

ସୁରକ୍ଷା ରେଳବାଇର ପ୍ରଥମ ପ୍ରାଥମିକତା ବୋଲି ଅଧ୍ୟକ୍ଷ କହିଛନ୍ତି। ଟ୍ରେନ୍‌ ଚଳାଚଳ ଯେପରି ସୁରକ୍ଷିତ ରହିବ ସେଥିପାଇଁ ଆମେ ସବୁ କିଛି କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe