ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

Advertisment
ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତେହରିର ରାଜେନ୍ଦ୍ରନଗରରେ ଉକ୍ତ ବୈଠକ ହୋଇଥିଲା। ବୈଠକରେ ୨୦ ସଦସ୍ୟ ଦେଶ, ୧୦ଟି ଆମନ୍ତ୍ରିତ ଦେଶ ଏବଂ ୯ଟି ଅନ୍ତରାଷ୍ଟ୍ରୀୟ ସଂଗଠନ ସହିତ ୯୦ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ। ଉକ୍ତ ବୈଠକକୁ କେନ୍ଦ୍ର ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଉଦ୍‌ଘାଟନ କରିଥିଲେ। ବୈଠକରେ କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ଅତିରିକ୍ତ ସଚିବ ରାହୁଲ ସିଂହ ଅଧ୍ୟକ୍ଷତା କରିଥିଲେ। ଏହାର ତୃତୀୟ ବୈଠକ ଆସନ୍ତା ଅଗଷ୍ଟ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe