ଢାକା: ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା ନେଇ ଭାରତର ପ୍ରତିବାଦ ପରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଅକ୍ଟୋବର ୧୩ ଓ ୧୪ରେ ୧୨ଟି ପୂଜା ମଣ୍ଡପ ସମେତ ହିନ୍ଦୁମାନଙ୍କର ଶତାଧିକ ଘର ଭାଙ୍ଗି ଦିଆଯିବା ପରଠାରୁ ତୀବ୍ର ଉତ୍ତେଜନା ଲାଗି ରହିଛି। ସଂଖ୍ୟାଲଘୁଙ୍କ ସୁରକ୍ଷାରେ ପୁଲିସ ପ୍ରଶାସନ ବିଫଳ ହୋଇଥିବାରୁ ଏହାକୁ ନେଇ ଭାରତ ଓ ଜାତିସଂଘର ଉଦ୍ବେଗ ପ୍ରକାଶ ପରେ ବାଂଲାଦେଶ ସରକାର ଏବେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ହିନ୍ଦୁ ବିରୋଧୀ ହିଂସା ନେଇ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପ୍ରାୟ ୩ ହଜାର ଲୋକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଦଙ୍ଗାକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସଂଖ୍ୟାଲଘୁଙ୍କୁ ବାଂଲାଦେଶ ସରକାର ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ଆଶ୍ବସ୍ତ କରିଛନ୍ତି। ପ୍ରାୟ ୮ ଶହରୁ ଅଧିକ ଦଙ୍ଗାକାରୀ ଚିହ୍ନଟ ହୋଇସାରିଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୭୧ଟି ମାମଲାରେ ଆଜି ସୁଦ୍ଧା ୪୫୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ଆଗକୁ ମଧ୍ୟ ଗିରଫ ଅଭିଯାନ ଜାରି ରହିବ ବୋଲି ବାଂଲାଦେଶ ପୁଲିସ ମୁଖ୍ୟ କହିଛନ୍ତି।
ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା: ୪୫୦ ଗିରଫ
Advertisment
Follow Us