ଭାରତ ବିରୋଧୀ ପ୍ରଚାର: ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ନିଷିଦ୍ଧ କଲେ ସରକାର

Advertisment
ଭାରତ ବିରୋଧୀ ପ୍ରଚାର: ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ନିଷିଦ୍ଧ କଲେ ସରକାର

Business Today

ନୂଆଦିଲ୍ଲୀ : ଦେଶ ବିରୋଧୀ ଖବର ଏବଂ ମିଥ୍ୟା ଖବର ପ୍ରଚାର ପ୍ରସାର ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଜି ୧୮ଟି ଭାରତୀୟ ଏବଂ ୪ଟି ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ନିଷିଦ୍ଧ କରିଛନ୍ତି। ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛନ୍ତି, ଦର୍ଶକଙ୍କୁ ବିଭ୍ରାନ୍ତ କରିବାପାଇଁ ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଗୁଡ଼ିକ ବିଭିନ୍ନ ଟିଭି ନ୍ୟୁଜ୍‌ ଚ୍ୟା‌‌ନେଲ୍‌ର ଲୋଗୋ ବ୍ୟବହାର କରୁଛନ୍ତି ଏବଂ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଛନ୍ତି। ଆଇଟି ଆଇନ, ୨୦୨୧ ଅଧୀନରେ ମନ୍ତ୍ରାଳୟ ଏହି ଏମର୍ଜେନ୍ସି କ୍ଷମତାର ବ୍ୟବହାର କରିଛନ୍ତି ଏବଂ ୨୨ ୟୁଟ୍ୟୁବ ଚ୍ୟାନେଲ, ୩ ଟ୍ବିଟର ଆକାଉଣ୍ଟ୍‌, ଗୋଟିଏ ଫେସବୁକ୍‌ ଆକାଉଣ୍ଟ୍‌ ଏବଂ ଗୋଟିଏ ନ୍ୟୁଜ୍‌ ୱେବସାଇଟ୍‌ ବ୍ଲକ୍‌ କରିଛନ୍ତି। ନିଷିଦ୍ଧ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲ୍‌ଗୁଡ଼ିକର ଦର୍ଶକ ସଂଖ୍ୟା ୨୬୦ କୋଟିରୁ ଅଧିକ। ଏହି ଚ୍ୟାନେଲ୍‌ ଗୁଡ଼ିକ ମିଥ୍ୟା ଖବର ପ୍ରଚାର କରୁଥିଲେ ଏବଂ ଦେଶ ବିରୋଧୀ ଖବରମାନ ଦେଉଥିଲେ। ମନ୍ତ୍ରାଳୟ ଅନୁଯାୟୀ ନିଷିଦ୍ଧ ହୋଇଥିବା ଚ୍ୟାନେଲ୍‌ଗୁଡ଼ିକ ଭାରତୀୟ ସେନାବାହିନୀ, ଜମ୍ମୁ କାଶ୍ମୀର ଏବଂ ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ଦେଶ ବିରୋଧୀ ଖବର ପୋଷ୍ଟ୍‌ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe