ଇସଲାମାବାଦ: ଭାରତରେ ନିଷେଧ ଘୋଷିତ ହୋଇଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନେତା ମାସୁଦ ଅଜହର ୨୧ ବର୍ଷ ପରେ ସର୍ବସାଧାରଣ ସମ୍ମୁଖକୁ ବାହାରିଛନ୍ତି। ଦୀର୍ଘ ବର୍ଷ ପରେ ସାମ୍ନାକୁ ଆସିବା ପରେ ମାସୁଦ ଅଜହର ପାକିସ୍ତାନର ଜୈଶ-ଏ-ମହମ୍ମଦର କ୍ୟାଡରମାନଙ୍କୁ ସମ୍ବୋଧିତ କରିଥିଲେ।
ଆତଙ୍କବାଦୀ ନେତା ମାସୁଦ ଅଜହର ନିଜର ୬୬ ମିନିଟର ଭାଷଣରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ବିରୋଧରେ ଜିହାଦ୍ କରିବା ପାଇଁ ସମର୍ଥନ ତଥା ଅର୍ଥ ସଂଗ୍ରହ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ତାଲିବାନ ସମ୍ପର୍କରେ ମାସୁଦ ଅଜହରଙ୍କ ଭାଷଣରେ ଦିଆଯାଇଥିବା ବିବୃତି ଉପରେ ଅନେକ ଆଲୋଚନା ହେଉଛି। ମାସୁଦ ତାଙ୍କ ଭାଷଣରେ ତାଲିବାନ ସହିତ ଥିବା ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ ସେ ଆଫଗାନିସ୍ତାନର ତାଲିବାନର ପ୍ରମୁଖ ନେତା ସିରାଜୁଦ୍ଦିନ ହକ୍କାନିଙ୍କ ସ୍ୱପ୍ନ ବିଷୟରେ ମଧ୍ୟ କହିଥିଲେ ଏବଂ ହକ୍କାନି ନିଜେ ତାଙ୍କୁ ଏହା ବିଷୟରେ ଜଣାଇଥିବା କହିଥିଲେ। ଏଥି ସହିତ ଜମ୍ମୁ-କଶ୍ମୀରରେ ଜିହାଦ୍ ଯୋଜନା କରୁଥିବା ସାମୁଦ ଅଜହର ତାଙ୍କ ସଂଗଠନରେ ଯୋଗଦେବାକୁ ଲୋକଙ୍କୁ ନିବେଦନ କରିଥିଲେ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ତାଙ୍କ ଅଭିଭାଷଣରେ ତାଲିବାନ ସହ ଘନିଷ୍ଠତା ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରିବା। ସରଳ ଭାବରେ କହିବାକୁ ଗଲେ, ମାସୁଦ ନିଜକୁ ଆଫଗାନିସ୍ତାନ ତାଲିବାନ ନେତାଙ୍କ ପାଖରେ ଜଣେ ବିଶ୍ୱସ୍ତ ବ୍ୟକ୍ତି ଭାବରେ ଉପସ୍ଥାପନ କରୁଛନ୍ତି।
ଅଧିକ ପଢ଼ନ୍ତୁ: ରସିଦ ଖାନ-ମହମ୍ମଦ ନବୀ ତାଲିବାନ ସରକାରଙ୍କ ଆଦେଶକୁ ବିରୋଧ କଲେ
ଆଫଗାନିସ୍ତାନର ତାଲିବାନର ପ୍ରମୁଖ ନେତା ସିରାଜୁଦ୍ଦିନ ହକ୍କାନିଙ୍କ ସହ ମାସୁଦ ଅଜହର ନିକଟତର ହୋଇଥିବା ଦାବି ପରେ ହକାନି ଗୋଷ୍ଠୀ ପକ୍ଷରୁ ଏକ ପ୍ରତିକ୍ରିୟା ଆସିଛି। ଯେଉଁଥିରେ ଗୋଷ୍ଠୀ ଅଜହରଙ୍କ ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି।
ଅଧିକ ପଢ଼ନ୍ତୁ: କଲେଜରେ ପ୍ରେମ ଶିକ୍ଷା!: ଜନସଂଖ୍ୟା ହ୍ରାସ ନେଇ ଚୀନ୍ ସରକାରଙ୍କ ନୂଆ ଯୋଜନା