ବେଜିଂ: ଚାଇନାରେ ଜନ୍ମ ହାର ଅତି ଦ୍ରୁତ ଗତିରେ ହ୍ରାସ ପାଉଛି, ଯେଉଁଥିପାଇଁ ସରକାର ଚିନ୍ତାରେ ଅଛନ୍ତି। ଜନ୍ମ ହାର ହ୍ରାସ ପାଇବା ଯୋଗୁ ଚୀନ୍ ସରକାର ଏକ ବିଶେଷ ପଦକ୍ଷେପ ନେଇଛନ୍ତି। ସରକାର ସେମାନଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକରେ 'ଲଭ୍ ଏଜୁକେସନ୍' ବା ପ୍ରେମ ଶିକ୍ଷା ଯୋଗାଇବାକୁ ଅନୁରୋଧ କରୁଛନ୍ତି।
ଏହାର ଉଦ୍ଦେଶ୍ୟ ହେଉଛି ବିବାହ, ପ୍ରେମ, ସନ୍ତାନ ଏବଂ ପରିବାର ପ୍ରତି ଯୁବବର୍ଗମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ବିକାଶ କରିବା। ଏହି ଉପାୟରେ ସରକାର ଚାହୁଁଛନ୍ତି ଯେ କଲେଜସ୍ତରରୁ ଯୁବବର୍ଗମାନେ ପରସ୍ପରକୁ ଭଲ ପାଆନ୍ତୁ ଏବଂ ବିବାହ କରନ୍ତୁ।
ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଦେଶର ଜନସଂଖ୍ୟା ହ୍ରାସ ପାଉଥିବା ଯୋଗୁ ସରକାର ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ଚାଇନାର ଲୋକମାନେ ଦ୍ରୁତଗତିରେ ବାର୍ଦ୍ଧକ୍ୟ ପାଉଛନ୍ତି, ଯାହା ଦ୍ବାରା ଦେଶର ମାନବସମ୍ବଳ ଉପରେ ଚାପ ବଢ଼ିବାର ଆଶଙ୍କା ସୃଷ୍ଟି କରୁଛି।
କେବଳ ଏତିକି ନୁହେଁ, ଲୋକଙ୍କ ମଧ୍ୟରେ ବିବାହ ପ୍ରତି କୌଣସି ଆଗ୍ରହ ନାହିଁ, ଯେଉଁ କାରଣରୁ କମ୍ ସନ୍ତାନ ଜନ୍ମ ହେଉଛନ୍ତି । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ଦୃଶ୍ୟମାନ ହେଉଛି। କାରଣ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଅପରପକ୍ଷେ, ବୃଦ୍ଧଙ୍କ ସଂଖ୍ୟା ବଢୁଛି।
ବାସ୍ତବରେ ଚାଇନାର ଜନସଂଖ୍ୟା ପ୍ରାୟ ୧୪୦ କୋଟି। ଏହା ହେଉଛି ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ। କିନ୍ତୁ ବର୍ତ୍ତମାନ ଏଠାରେ ଜନସଂଖ୍ୟାର ଏକ ଅଂଶ ଦ୍ରୁତ ଗତିରେ ବୃଦ୍ଧ ହେବାରେ ଲାଗଛନ୍ତି। ଚୀନ୍ ଏବେ ବୃଦ୍ଧଙ୍କ ଦେଶ ପାଲଟିବାକୁ ଯାଉଛି। ସରକାର କହିଛନ୍ତି ଯେ କଲେଜ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ, ବିବାହ ଏବଂ ପରିବାର ପ୍ରତି ମନୋଭାବ ଧୀରେଧୀରେ ବଦଳୁଛି।
ସରକାର ଅନୁମାନ କରୁଛନ୍ତି ଏହି ଯୋଜନା ସଫଳ ହେଲେ ଭବିଷ୍ୟତରେ କଲେଜ ଛାତ୍ରଛାତ୍ରୀମାନେ ଅଧିକ ସନ୍ତାନ ଜନ୍ମ କରି ପାରିବେ, କିନ୍ତୁ ଚିନ୍ତାଧାରାରେ ଏଭଳି ପରିବର୍ତ୍ତନ ଦେଶର ଭବିଷ୍ୟତ ପାଇଁ ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
/sambad/media/media_files/2024/12/05/k7rwO48NlayBFmnpBSwp.jpg)
ଜିଆଙ୍ଗସୁ ଜିନହୁଆ ଖବରକାଗଜ ଗ୍ରୁପ୍ ସରକାରୀ ପ୍ରକାଶନ ଚୀନ୍ ପପୁଲେସନ୍ ନ୍ୟୁଜ୍କୁ ଦର୍ଶାଇ କହିଛି ଯେ ଅନେକ ଯୁବବର୍ଗ ବର୍ତ୍ତମାନ ରୋମାଣ୍ଟିକ୍ ସମ୍ପର୍କ ଗଢ଼ିବାକୁ ଦ୍ୱିଧା କରୁଛନ୍ତି।
ଏଥିରେ କୁହାଯାଇଛି ଯେ କଲେଜ-ବିଶ୍ୱବିଦ୍ୟାଳୟଗୁଡ଼ିକ ବିବାହ ଏବଂ ପ୍ରେମଶିକ୍ଷା ପାଠ୍ୟକ୍ରମ ଯୋଗାଇ ଛାତ୍ରଛାତ୍ରୀମାନଙ୍କୁ ବିବାହ ଏବଂ ପ୍ରେମ ବିଷୟରେ ଶିକ୍ଷା ଦେବାର ଦାୟିତ୍ବ ଗ୍ରହଣ କରିବା ଉଚିତ୍। ବିବାହ ଏବଂ ସନ୍ତାନ ପ୍ରସବ ଦିଗରେ ଏକ ଉତ୍ତମ ସାଂସ୍କୃତିକ ପରିବେଶ ସୃଷ୍ଟି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।
ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ ୫୭% କଲେଜ ଛାତ୍ରଛାତ୍ରୀ ରୋମାଣ୍ଟିକ ସମ୍ପର୍କ କରିବାକୁ ଚାହୁଁନାହାନ୍ତି। ସେ କହିଛନ୍ତି ଯେ, ଏହି କାରଣରୁ ଅଧ୍ୟୟନ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି ହୁଏ |
ଭାବପ୍ରବଣ ସମ୍ପର୍କ ବିଷୟରେ ଜ୍ଞାନର ଅଭାବ ଯୋଗୁ ଅନେକ ଛାତ୍ରଛାତ୍ରୀଙ୍କର ପ୍ରେମ ଏବଂ ବିବାହ ବିଷୟରେ ସଠିକ୍ ବୁଝାମଣା ନାହିଁ। ଏହି ଆହ୍ବାନର ମୁକାବିଲା ପାଇଁ ରାଜ୍ୟ ପରିଷଦ ସ୍ଥାନୀୟ ସରକାରଙ୍କୁ ଜନସଂଖ୍ୟା ହ୍ରାସକୁ ରୋକିବା ପାଇଁ ସମ୍ବଳ ବଣ୍ଟନ କରିବାକୁ ଆହ୍ବାନ କରିଛି।
ଅଧିକ ପଢ଼ନ୍ତୁ: ଫଡନାଭିସ୍ଙ୍କ ସମେତ ୪ ମୁଖ୍ୟମନ୍ତ୍ରୀ ବ୍ରାହ୍ମଣ: ଓବିସି-ଠାକୁରଙ୍କ ସଂଖ୍ୟା ଅଧିକ
ଏହା ବ୍ୟତୀତ ସଠିକ୍ ବୟସରେ ବିବାହ ଏବଂ ସନ୍ତାନ ପ୍ରସବ ପ୍ରତି ସମ୍ମାନ ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି। ତେବେ ଏହା ଯୁବପିଢ଼ି ଉପରେ ପ୍ରଭାବ ପକାଇବ କି ନାହିଁ ସନ୍ଦେହ କରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଜୁନିଅର କଲେଜ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଜନସଂଖ୍ୟା ପ୍ରସଙ୍ଗ ଏବଂ ବିବାହ ଏବଂ ପ୍ରସବ ସମ୍ବନ୍ଧୀୟ ସମସାମୟିକ ଧାରଣା ବିଷୟରେ ଶିକ୍ଷା ଦିଆଯିବ ବୋଲି ରଏଟର ରିପୋର୍ଟ କରିଛି। ସିନିୟର ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବିବାହ ଏବଂ ଜନସଂଖ୍ୟା ଉପରେ କେସ୍ ଷ୍ଟଡି ଏବଂ ଗୋଷ୍ଠୀ ଆଲୋଚନା କରାଯିବ।
ଅଧିକ ପଢ଼ନ୍ତୁ: ପୁରୁଷଙ୍କର ଋତୁସ୍ରାବ ହୁଅନ୍ତା କି? କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/05/Q9d7Ttad6GzXt60IEDfA.jpeg)