କାନାଡ଼ାରେ ଭାରତ ବିରୋଧୀ ପଦକ୍ଷେପ: ବାଣିଜ୍ୟିକ ଦୂତାବାସ ଘେରାଉ ଧମକଦେଲା ଖଲିସ୍ତାନୀ ଗୋଷ୍ଠୀ

ଭାରତ ଏବଂ କାନାଡ଼ା କୂଟନୈତିକ ସମ୍ପର୍କ ପୁନଃସ୍ଥାପନ ଆରମ୍ଭ କରିଥିବାବେଳେ ଏହି ସମୟରେ ଆମେରିକା ସ୍ଥିତ ଏସଏଫ୍‌ଜେ (ଶିଖ୍‌ସ ଫର ଜଷ୍ଟିସ୍‌)  ଭାନ୍‌କୁଭରରେ ଥିବା ଭାରତୀୟ...

Untitled-19

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା କୂଟନୈତିକ ସମ୍ପର୍କ ପୁନଃସ୍ଥାପନ ଆରମ୍ଭ କରିଥିବାବେଳେ ଏହି ସମୟରେ ଆମେରିକା ସ୍ଥିତ ଏସଏଫ୍‌ଜେ (ଶିଖ୍‌ସ ଫର ଜଷ୍ଟିସ୍‌)  ଭାନ୍‌କୁଭରରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ଦଖଲ  କରିବାକୁ ଧମକ ଦେଇଛି। ଖାଲିସ୍ତାନ ସମର୍ଥକ ଗୋଷ୍ଠୀ କହିଛି ଯେ ଏହା ଗୁରୁବାର ଭାରତୀୟ କନସୁଲେଟ୍ ଦଖଲ କରିବ। କନସୁଲେଟକୁ  ନିୟମିତ ଗସ୍ତ ଯୋଜନା କରୁଥିବା ଭାରତୀୟ-କାନାଡୀୟମାନେ ଅନ୍ୟ ଏକ ତାରିଖ ବାଛିବାପାଇଁ ଏହି ଖଲିସ୍ତାନ ସମର୍ଥିତ ଗୋଷ୍ଠୀ କହିଛି।   ସେମାନେ ନୂଆ  ଭାରତୀୟ ହାଇକମିସନରଙ୍କୁ ଟାର୍ଗେଟ୍‌ କରି ଏକ ପୋଷ୍ଟର ମଧ୍ୟ ଜାରି କରିଛନ୍ତି।

ଏକ ବିବୃତିରେ, ଏହି ଗୋଷ୍ଠୀ ଅଭିଯୋଗ କରିଛି ଯେ ଭାରତୀୟ ଦୂତାବାସ ଏକ ଗୁଇନ୍ଦା ନେଟୱର୍କ  ପରଚାଳନା କରୁଛି। ଦୁଇ ବର୍ଷ ପୂର୍ବେ ୨୦୨୩ ସେପ୍ଟେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସଂସଦରେ ଦେଇଥିବା ଟିପ୍ପଣୀ- ‘ହରଦୀପ ସିଂହ ନିଜାର୍‌ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ଭୂମିକା ତଦନ୍ତାଧୀନ ଅଛି’ ମଧ୍ୟ ଏହି ବିବୃତିରେ ରହିଛି।   ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୁଇ ବର୍ଷ ପରେ ମଧ୍ୟ, ଭାରତୀୟ କନସୁଲେଟ୍ ଖାଲିସ୍ତାନ  ପ୍ରଚାରକମାନଙ୍କୁ ଟାର୍ଗେଟ କରି ଏକ ଗୁପ୍ତଚର ନେଟୱର୍କ ପରିଚାଳନା ଜାରି ରଖିଛି।  ଏହି ଗୋଷ୍ଠୀ ଦାବି କରିଛି ଯେ ସେମାନଙ୍କ ପ୍ରତି ଅତି ଗମ୍ଭୀର ବିପଦ ରହିଛି। ଅନ୍ୟପକ୍ଷେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଉକ୍ତ ପ୍ରସଙ୍ଗରେ କୌଣସି ଟିପ୍ପଣୀ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe