ମୋଦୀଙ୍କ ବିରୋଧୀ ମନ୍ତବ୍ୟ ମାମଲା: ଶଶି ଥରୁର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ଅଗଷ୍ଟ ୨୯ରେ, ଦିଲ୍ଲୀ ହାଇକୋର୍ଟ ଥରୁରଙ୍କ ବିରୋଧରେ ମାନହାନି ପ୍ରକ୍ରିୟା ରଦ୍ଦ କରିବାକୁ ମନା କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି କୋର୍ଟ କହିଥିଲେ।

Anti-Modi comments case

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ମାମଲାରେ ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାସ୍ତବରେ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଥରୁରଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରାଯାଇଛି। ନିକଟରେ ଥରୁର ଏହି ପ୍ରସଙ୍ଗରେ ଆଶ୍ବସ୍ତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଥରୁର ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଶୁଣାଣିର ସାଧାରଣ  ସାଢ଼େ ୪ଟା ପର୍ଯ୍ୟନ୍ତ ଶୁଣାଣି ପରମ୍ପରା ଭଙ୍ଗ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ।

ଖଣ୍ଡପୀଠଙ୍କ ସମ୍ମୁଖରେ ଜଣେ ଆଇନଜୀବୀ ଅନୁରୋଧ କରିଛନ୍ତି ଯେ ସେହି ଦିନ ବ୍ୟକ୍ତିଗତ ମାନହାନି ଅଭିଯୋଗରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ପଡିବ। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ଇମେଲ ପଠାନ୍ତୁ। ମୁଁ ବର୍ତ୍ତମାନ ଏହାକୁ ଯାଞ୍ଚ କରିବି। 

 ଏହି ମାମଲାରେ ହାଇକୋର୍ଟ କହିଥିଲେ ଯେ ଥରୁରଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ, ଶାସକ ବିଜେପି ତଥା ଏହାର କାର୍ଯ୍ୟାଳୟର  ତଥା ସଦସ୍ୟମ‌ାନଙ୍କୁ ବଦନାମ କରିଛି।

ଅଧିକ ପଢ଼ନ୍ତୁ:ମଙ୍କିପକ୍ସ ପାଇଁ ରାଜ୍ୟମାନଙ୍କୁ ଜାରି ହେଲା ନିୟମାବଳୀ

ଥରୁରଙ୍କ ବିରୋଧରେ ବିଜେପିର ଦିଲ୍ଲୀ ୟୁନିଟ୍ ଉପାଧ୍ୟକ୍ଷ ରାଜୀବ ବବର ଅଭିଯୋଗ କରିଥିଲେ। କଂଗ୍ରେସ ନେତା ଟ୍ରାଏଲ କୋର୍ଟର ୨୭ ଏପ୍ରିଲ ୨୦୧୯ ଆଦେଶକୁ ଖାରଜ କରିବାକୁ ଚାହିଁଥିଲେ, ଯାହା ତାଙ୍କୁ ବବରଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନି ମକଦ୍ଦମା ତଥା ୨ ନଭେମ୍ବର ୨୦୧୮ ଅଭିଯୋଗରେ ଅଭିଯୁକ୍ତ ଭାବରେ ଜବାବ ତଲବ କରାଯାଇଥିଲା।

ଅଗଷ୍ଟ ୨୯ରେ, ଦିଲ୍ଲୀ ହାଇକୋର୍ଟ ଥରୁରଙ୍କ ବିରୋଧରେ ମାନହାନି ପ୍ରକ୍ରିୟା ରଦ୍ଦ କରିବାକୁ ମନା କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ବିରୋଧରେ ମନ୍ତବ୍ୟ ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି କୋର୍ଟ କହିଥିଲେ। ଏହାପରେ ଏହି ମାମଲାରେ ଥରୁର ସୁପ୍ରିମକୋର୍ଟରେ ଆବେଦନ କରିଥିାଲ।

ଅଧିକ ପଢ଼ନ୍ତୁ:ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥ ପୁଅକୁ ତଳକୁ ଫିଙ୍ଗି ଦେଲା ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe