ମୁଜାଫରାବାଦ୍‌ରେ ପାକ୍‌ଅଧିକୃତ କଶ୍ମୀର ସରକାରୀ କର୍ମଚାରୀଙ୍କର ପାକ୍‌-ବିରୋଧି ପ୍ରତିବାଦ

Advertisment
ମୁଜାଫରାବାଦ୍‌ରେ ପାକ୍‌ଅଧିକୃତ କଶ୍ମୀର ସରକାରୀ କର୍ମଚାରୀଙ୍କର ପାକ୍‌-ବିରୋଧି ପ୍ରତିବାଦ

Image Courtesy of Zee News

ମୁଜାଫରାବାଦ୍‌: ପାକିସ୍ଥାନ-ଅଧିକୃତ କଶ୍ମୀରରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ସେମାନଙ୍କର ମାସିକ ଦରମା ପ୍ରାପ୍ତ କରିବା ଦାବିରେ ମୁଜାଫରାବାଦ୍‌ରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେତେ ମାସ ହେଲାଣି ଏହି କର୍ମଚାରୀମାନେ ସେମାନଙ୍କର ଦରମା ପାଇ ନାହାନ୍ତି।

ସେମାନଙ୍କ ପ୍ରତି ପାତର ଅନ୍ତର ନୀତି କରୁଛି ବୋଲି ଇସ୍‌ଲାମାବାଦକୁ ଦାୟୀ କରି, ପାକିସ୍ଥାନ ଅଧିକୃତ କଶ୍ମୀରରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସରକାରୀ ବିଭାଗରେ କାର୍ଯ୍ୟରତ ବ୍ୟକ୍ତିମାନେ ସ୍ଥାୟୀ ଚାକିରି ଦାବି କରୁଛନ୍ତି।

ଆଠ ମାସ ହେବ ଦରମା ନ ପାଇ ଆମର ଜଣେ ସହକର୍ମୀ ଅସୁସ୍ଥ ହୋଇ ମୃତ୍ୟୁ ବରଣ କଲେ। ଜୁଲାଇ ୨୦୧୭ ତାରିଖରେ ସରକାର ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ବିଧାନସଭାରେ ଅନୁମୋଦିତ ହୋଇ ଯାଇଥିବାରୁ ସେମାନଙ୍କୁ ନିୟମିତ ଦରମା ଦିଆଯିବ। କିନ୍ତୁ, ଆମେ ଆମର ଦରମା ପାଇ ନାହୁଁ ବୋଲି ସିଦା ସରବର୍‌ ଅବ୍ଦାସି ନାମ୍ନୀ ପ୍ରତିବାଦକାରିଣୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପାକିସ୍ଥାନର ସମସ୍ତ ଚାରିଟି ପ୍ରଦେଶରେ କାର୍ଯ୍ୟରତ କର୍ମଚାରୀମାନେ ନିୟମିତ ଦରମା ପାଉଛନ୍ତି, କିନ୍ତୁ ଏଠାରେ ଆମେ ଗତ ୮ ମାସ ହେବ ଦରମା ପାଇ ନାହୁଁ।

ପାକିସ୍ତାନ ଅଧିକୃତ କଶ୍ମୀରରେ ବିକାଶ ପାଇଁ ପାକିସ୍ତାନୀ ପ୍ରତିଷ୍ଠାନ ସବୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତ ଦୁର୍ନୀତିଗ୍ରସ୍ତ ପ୍ରଶାସନ ବ୍ୟବସ୍ଥା ଏହାକୁ ନିଜ ଶାସନର ସବୁଠୁ ପଛୁଆ ଅଞ୍ଚଳ କରି ଥୋଇଛି।

ପାକିସ୍ତାନ ଅଧିକୃତ କଶ୍ମୀରରେ ଜଣେ ପ୍ରଧାନମନ୍ତ୍ରୀ ଏବଂ ଜଣେ ରାଷ୍ଟ୍ରପତି ଥିଲେ ବି ଇସ୍‌ଲାମାବାଦ ଏହାକୁ ଶାସନ କରୁଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ପାକ୍‌ ଅଧିକୃତ କଶ୍ମୀରର ସବୁ ବ୍ୟାପାର ପରିଚାଳନା କରୁଥିବା ଆଜାଦ ଜମ୍ମୁ ଏବଂ କଶ୍ମୀର ପରିଷଦ୍‌ର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe