କୋଲକାତା: ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ 'ଅପରାଜିତା' ବିଲ୍ ପାରିତ ହୋଇଛି। ଗତ ମାସରେ ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଦୁଃଖଦ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ଏହି ଗୁରୁତର ଅପରାଧର ସମାଧାନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ “ଐତିହାସିକ” ଏବଂ “ମଡେଲ୍” ବୋଲି କହି ଏହାକୁ ୩୧ ବର୍ଷ ବୟସ୍କା ପୀଡିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। 'ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗର ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪' ରେ ବଳାତ୍କାର ତଥା ଅନ୍ୟ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଦଣ୍ଡାଦେଶ କରାଯିବ। ଯାହା ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମମତା ବିଦ୍ୟମାନ କେନ୍ଦ୍ରୀୟ ଆଇନରେ ଥିବା ଫାଟକୁ ବନ୍ଦ କରିବା ପାଇଁ ବିଲ୍ର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, ଦୁଷ୍କର୍ମ ହେଉଛି ମାନବିକତା ବିରୁଦ୍ଧରେ ଅଭିଶାପ। ଏପରି ଅତ୍ୟାଚାରକୁ ରୋକିବା ପାଇଁ ଆମେ ସାମାଜିକ ସଂସ୍କାର ଆବଶ୍ୟକ କରୁ। ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏହି ବିଲ୍ର ତୁରନ୍ତ ସମ୍ମତି ପାଇଁ ସୁପାରିଶ କରିବାକୁ ସେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ବିଲରେ କ’ଣ ଅଛି?
ମମତା କହିଛନ୍ତି ଯେ ବିଲ୍ ନିଶ୍ଚିତ କରିବ:
- ମହିଳାଙ୍କୁ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ମାମଲା ପାଇଁ କଠୋର ଦଣ୍ଡାଦେଶ ଦିଆଯିବ।
- ପୋକ୍ସୋ ଆକ୍ଟର ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ।
- ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ। ଯଦି ସେମାନଙ୍କର କାର୍ଯ୍ୟକଳାପ ଦ୍ବାରା ପୀଡିତାର ମୃତ୍ୟୁ ଘଟାଏ କିମ୍ବା ମସ୍ତିଷ୍କରେ ଗୁରୁତର କ୍ଷତି ହୁଏ ତେବେ ମୃତ୍ୟୁ ଦଣ୍ଡାଦେଶ କରାଯିବ।
- ଏହି ବିଲ୍ ଅନୁଯାୟୀ ଏକ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ ଯେଉଁଥିରେ ପ୍ରାଥମିକ ରିପୋର୍ଟର ୨୧ଦିନ ମଧ୍ୟରେ ଦଣ୍ଡ ଦିଆଯିବ।
- ଯେଉଁ ନର୍ସ ଏବଂ ମହିଳା ଡାକ୍ତରମାନେ ଯାତ୍ରା କରୁଥିବା ମାର୍ଗଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
- ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ।
- ରାଜ୍ୟରେ 'ରାତ୍ରି ସାଥୀ'ର ଏକ ବ୍ୟବସ୍ଥା କରାଯିବ। ଯାହାଦ୍ବାରା ମହିଳାମାନେ ୧୨ ଘଣ୍ଟା ଡ୍ୟୁଟି କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରମାନେ ସେମାନଙ୍କର କର୍ତ୍ତବ୍ୟ ସମୟ ବଢ଼ାଇ ପାରିବେ।
- ରାତିରେ କାମ କରୁଥିବା ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ।
ମମତା କହିଛନ୍ତି, ଏହି ବିଲ୍ ପାରିତ ହେବା ପରେ ଏହା ରାଜ୍ୟପାଳଙ୍କ ନିକଟକୁ ଯିବ। ତାଙ୍କ ପାଖକୁ ଯିବା ପରେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ଯିବ ଏବଂ ତାଙ୍କ ଅନୁମୋଦନ ପରେ ଏହା ଐତିହାସିକ ଆଇନରେ ପରିଣତ ହେବ।
ଉତ୍ତରପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଭୟାବହ ହାରକୁ ମମତା ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ପଶ୍ଚିମବଙ୍ଗର ନ୍ୟାୟିକ ଫଳାଫଳ ସହିତ ଏହାକୁ ତୁଳନା କରି ସେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, ଆମେ ସିବିଆଇରୁ ନ୍ୟାୟ ଏବଂ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ଚାହୁଁଛୁ।
ଏହି ବିଲ୍ ପାରିତ ହେବାକୁ ବିଜେପି ସ୍ୱାଗତ କରିଥିବାବେଳେ ଦଳର ନେତାମାନେ ଦର୍ଶାଇଛନ୍ତି ଯେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ମୁକାବିଲା ପାଇଁ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ରେ କଡା ବ୍ୟବସ୍ଥା ରହିଛି।
ଅଧିକ ପଢ଼ନ୍ତୁ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା : ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଧ୍ୟାଦେଶ ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଦେଇ ନୂତନ ଆଇନର ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ବିଳମ୍ବ ନ କରି ଏହି ଆଇନ ପ୍ରଣୟନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ।
ଅଧିକ ପଢ଼ନ୍ତୁ: ମୁଁ ସେମିନାର ହଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ
Follow Us