ସୁପ୍ରିମ୍‌କୋର୍ଟରେ ସଂରକ୍ଷଣ-ବିରୋଧୀ ଆବେଦନ ଖାରଜ

ପିଟିସନରଙ୍କୁ ୨୫,୦୦୦ ଟଙ୍କାର ଜରିମାନା

ସୁପ୍ରିମ୍‌କୋର୍ଟରେ ସଂରକ୍ଷଣ-ବିରୋଧୀ ଆବେଦନ ଖାରଜ

India Today

ନୂଆଦିଲ୍ଲୀ: ଜନୈକ ଆଇନଜୀବୀ ସଚିନ ଗୁପ୍ତା ପର୍ଯ୍ୟାୟକ୍ରମେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଏକ ବିକଳ୍ପ ବ୍ୟବସ୍ଥା ଲାଗୁ କରିବା ପାଇଁ କରିଥିବା ଜନସ୍ବାର୍ଥ ମାମଲାକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥିସହ ଆବେଦନକାରୀଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଉକ୍ତ ପିଟିସନକୁ ଅଗମ୍ଭୀର ଓ ମୂର୍ଖତାପୂର୍ଣ୍ଣ କହି ଉପରୋକ୍ତ ଜରିମାନା ଲଗାଇଛନ୍ତି। ଏପରି ଅର୍ଥହୀନ ପିଟିସନ ଦାଏର କରି କୋର୍ଟର ସମୟ ନଷ୍ଟ କରିଥିବାରୁ ଖଣ୍ଡପୀଠ ଆଇନଜୀବୀଙ୍କୁ ଭର୍ତ୍ସନା କରିଥିଲେ। ଏହି ଜରିମାନା ଅର୍ଥ ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠିକୁ ଯିବ ବୋଲି କୋର୍ଟ କହିଛନ୍ତି। ସମାନ ଆବେଦନକାରୀଙ୍କର ଜାତି ବ୍ୟବସ୍ଥାର ପୁନଃବର୍ଗୀକରଣ ପାଇଁ କରାଯାଇଥିବା ଆଉ ଏକ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe