ଜାଣିଶୁଣି କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଲେ ଟିକା-ବିରୋଧୀ ଲୋକଗୀତ ଗାୟିକା

Advertisment
ଜାଣିଶୁଣି କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଲେ ଟିକା-ବିରୋଧୀ ଲୋକଗୀତ ଗାୟିକା

Image Courtesy of India Today

ପ୍ରେଗ୍‌: ‘ସୋନା’ (ବାମ୍ଫ ସ୍ନାନାଗାର) ଏବଂ ‘ଥିଏଟର୍‌’କୁ ଯିବା ଲାଗି ‘ହେଲ୍‌ଥ୍‌ ପାସ୍‌’ ପାଇବାକୁ ଚେକ୍‌ ଦେଶର ଜଣେ ଟିକା-ବିରୋଧୀ ଲୋକଗୀତ ଗାୟିକା ନିଜ ଇଚ୍ଛାରେ କୋଭିଡ୍‌ଦ୍ବାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କଥା ତାଙ୍କ ପୁଅ ଜାନ୍‌ ରେକ୍‌ କହିଛନ୍ତି। ମୃତା ଗାୟିକା ହେଉଛନ୍ତି ‘ବ୍ୟାଣ୍ଡ୍‌ ଆସୋନାନ୍ସ୍’ର ୫୭ ବର୍ଷୀୟ ହାନା ହୋର୍କା।

ସମ୍ପ୍ରତି ଦ୍ରୁତ କୋଭିଡ୍‌ ସଂକ୍ରମଣ ବ୍ୟାପିଥିବା ‘ଇ.ୟୁ. ସଦସ୍ୟ ରାଷ୍ଟ୍ର’ ଚେକ୍‌ରେ କୌଣସି ସାଂସ୍କୃତିକ ଓ କ୍ରୀଡ଼ା କେନ୍ଦ୍ର, ଭ୍ରମଣ ନିମନ୍ତେ ଯାତ୍ରା, ବାର୍‌ ଏବଂ ରେସ୍ତୋରାଁ ଆଦିକୁ ଯିବା ଲାଗି ଟିକାକରଣ କିଂବା ସଦ୍ୟ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ପ୍ରମାଣପତ୍ର ଆବଶ୍ୟକ ହେଉଛି।

ସ୍ବାମୀ ଓ ପୁଅ ଟିକା ନେଇଥିବା ବେଳେ ହାନା ହୋର୍କା ଟିକା ନ ନେଇ ବଡ଼ଦିନ ପୂର୍ବରୁ ଜାଣିଶୁଣି ଭୂତାଣୁଦ୍ବାରା ଆକ୍ରାନ୍ତ ହୋଇଥିଲେ ବୋଲି ପୁଅ ରେକ୍‌ ପବ୍ଲିକ୍‌ ରେଡିଓ ‘ଆଇରୋଝାଲ୍‌ସ୍‌.ସିଜେଡ୍‌’କୁ କହିଛନ୍ତି।

publive-image Image Courtesy of News.com. au

ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାଭାବିକ ଭାବେ ସେ ଆମ ସହ ଜୀବନଯାପନ କରିବାକୁ ଠିକ୍‌ କରିବା ସହ ଟିକା ନ ନେଇ ବରଂ ‌ରୋଗଗ୍ରସ୍ତା ହେବାକୁ ଉଚିତ ମଣିଥିଲେ।

ମୃତ୍ୟୁର ଦୁଇ ଦିନ ପୂର୍ବରୁ ହୋର୍କା ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ମୁଁ ବଞ୍ଚିଛି… ଖୁବ୍‌ ବଡ଼ କଥା। ତେଣୁ, ଏବେ ଥି‌ଏଟର୍‌, ସୋନା ଏବଂ କନ୍‌ସର୍ଟକୁ ଯିବି। ଗୋଟାଏ ଜରୁରୀ କାମରେ ସମୁଦ୍ରକୁ ମଧ୍ୟ ଯିବି।

ମାଆଙ୍କ ମୃତ୍ୟୁ ପାଇଁ ରେକ୍‌ ସ୍ଥାନୀୟ ଟିକା-ବିରୋଧୀ ଆନ୍ଦୋଳନକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, ଆନ୍ଦୋଳନକାରୀ ନେତାମାନେ ମାଆଙ୍କୁ ଟିକା ବିରୋଧରେ ନାନା ପ୍ରକାର ବୁଝାଇଥିବାରୁ ତାଙ୍କ ମୃତ୍ୟୁ ପାଇଁ ସେମାନେ ଦାୟୀ। ତାଙ୍କୁ କିଏ ପ୍ରଭାବିତ କରିଥିଲେ ତାହା ମୁଁ ଠିକ୍‌ ଭାବେ ଜାଣିଛି। ପରିବାର ଅପେକ୍ଷା ବାହାର ଲୋକଙ୍କୁ ସେ ବିଶ୍ବାସ କରୁଥିବା କଥାଟି ମତେ ଦୁଃଖ ଦେଉଛି। ଅବଶ୍ୟ ଆନ୍ଦୋଳନକାରୀଙ୍କ କଥା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ନୁହେଁ। ସେମାନେ ପ୍ରାକୃତିକ ଏବଂ ସଂକ୍ରମଣଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ସପକ୍ଷରେ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe