ମେହୁଲ ଚୋକ୍‌ସିଙ୍କୁ ଅପହରଣ କରାଯାଇଥିବା ଘଟଣାର ତଦନ୍ତ କରୁଛି ଆଣ୍ଟିଗୁଆ ପୁଲିସ: ପ୍ରଧାନମନ୍ତ୍ରୀ ଗ୍ୟାସ୍‌ଟନ୍‌ ବ୍ରାଉନି

Advertisment
ମେହୁଲ ଚୋକ୍‌ସିଙ୍କୁ ଅପହରଣ କରାଯାଇଥିବା ଘଟଣାର ତଦନ୍ତ କରୁଛି ଆଣ୍ଟିଗୁଆ ପୁଲିସ: ପ୍ରଧାନମନ୍ତ୍ରୀ ଗ୍ୟାସ୍‌ଟନ୍‌ ବ୍ରାଉନି

Image Courtesy of India Today

ନୂଆଦିଲ୍ଲୀ: ପଳାତକ ହୀରା ସୌଦାଗର ମେହୁଲ ଚୋକ୍‌ସିଙ୍କୁ ଅପହରଣ କରାଯାଇଥିବା ସମ୍ଭାବ୍ୟ ଘଟଣାର ପୁଲିସ ତଦନ୍ତ କରୁଥିବା କଥା ଆଣ୍ଟିଗୁଆ ଓ ବାରବୁଡ଼ାର ପ୍ରଧାନମନ୍ତ୍ରୀ ଗ୍ୟାସ୍‌ଟନ୍‌ ବ୍ରାଉନି ସୁନିଶ୍ଚିତ କରି ଗଣମାଧ୍ୟମକୁ କହିଛନ୍ତି।

ମେ ୨୩ ତାରିଖ ଦିନ ତାଙ୍କୁ ଆଣ୍ଟିଗୁଆରୁ ହରଣଚାଲ୍‌ କରି ନିଆଯିବା ଘଟଣାରେ ସମ୍ପୃକ୍ତ ବୋଲି ଚୋକ୍‌ସିଙ୍କର ମନେହେଉଥିବା ୩ଜଣଙ୍କ ନାମ ଓକିଲଙ୍କ ଜରିଆରେ ସେ (ଚୋକ୍‌ସି) ଆଣ୍ଟିଗୁଆ ପୁଲିସ କମିସନର୍‌ଙ୍କୁ ଦେଇଥିବା କଥା ମଧ୍ୟ ଗ୍ୟାସ୍‌ଟନ୍‌ ବ୍ରାଉନି କହିଛନ୍ତି।

publive-image Image Courtesy of NDTV

ଗଣମାଧ୍ୟମକୁ ଗ୍ୟାସ୍‌ଟନ୍‌ ବ୍ରାଉନି କହିଛନ୍ତି, ଅପହୃତ ହୋଇଥିଲେ ବୋଲି ମେହୁଲ ଚୋକ୍‌ସି ଆଣ୍ଟିଗୁଆ ଓ ବାରବୁଡ଼ା ପୁଲିସରେ ଅଭିଯୋଗ କରିଥିବା ଖବର ପାଇଛି। ତାଙ୍କୁ ଆଣ୍ଟିଗୁଆରୁ ହରଣଚାଲ କରି ଡୋମିନିକା ନିଆଯାଇଥିଲା ବୋଲି ସେ ବିଧିବଦ୍ଧ ଭାବେ ତାଙ୍କ ଆଟର୍ଣ୍ଣିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ରିପୋର୍ଟକୁ ପୁଲିସ ଗୁରତ୍ବର ସହ ଗ୍ରହଣ କରି ଅପହରଣ କାଣ୍ଡର ତଦନ୍ତ ଚଳାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଅପହରଣ କଥା ଅସତ୍ୟ ବୋଲି ମନେହେଉଛି। କିନ୍ତୁ, ସତ୍ୟ ହୋଇଥିଲେ ତାଙ୍କ ସରକାର ଖୁବ୍ ଚିନ୍ତିତ ହେବ। ଅର୍ଥାତ୍ ଅନ୍ତଃରାଷ୍ଟ୍ରୀୟ ସୀମାନ୍ତ ପହରା କଠୋର କରିବାକୁ ପଡ଼ିବ। ଘଟଣା ସତ୍ୟ ବୋଲି ମୋର ମନେହୁଏ ନାହିଁ। କାରଣ, ଆଣ୍ଟିଗୁଆରେ ଅପହରଣ ହୁଏ ନାହିଁ କି, ତାଙ୍କ ଅପହରଣ ପାଇଁ କେହି ଅର୍ଥ ମଧ୍ୟ ଦାବି କରି ନାହାନ୍ତି। ତାଙ୍କ ଅଭିଯୋଗ ଅନୁସାରେ ରୟାଲ୍‌ ପୋଲିସ୍‌ ଫୋର୍ସ ତଦନ୍ତ ଆରମ୍ଭ ‌କରିଛି। ସେ ମଧ୍ୟ କେତେଜଣ ଅପହର୍ତ୍ତାଙ୍କର ନାମ ଥିବା ତାଲିକା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe