‘ଏଣ୍ଟିଲିଆ’ ବୋମା ଆତଙ୍କ ମାମଲା: ଅସୁସ୍ଥ ସ୍ତ୍ରୀ’ଙ୍କୁ ଦେଖିବାକୁ ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ଅନ୍ତରୀଣ ଜାମିନ

‘ଏଣ୍ଟିଲିଆ’ ବୋମା ଆତଙ୍କ ମାମଲା: ଅସୁସ୍ଥ ସ୍ତ୍ରୀ’ଙ୍କୁ ଦେଖିବାକୁ ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ଅନ୍ତରୀଣ ଜାମିନ

Image Courtesy of India Today

ଚେନ୍ନାଇ: ଅସୁସ୍ଥ ସ୍ତ୍ରୀ’ଙ୍କୁ ଦେଖିବା ପାଇଁ ଆଜି ସୁପ୍ରିମ୍‌ କ‌ୋର୍ଟ ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ତଥା ‘ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‌’ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ‘ଏଣ୍ଟିଲିଆ’ ନିକଟରେ ବୋମା ଆତଙ୍କ ମାମଲାରେ ସମ୍ପୃକ୍ତ ଥିବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା।

ଜାମିନ ଆବେଦନରେ ଶର୍ମା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ଦିନକୁ ଦିନ ତାଙ୍କ ସ୍ତ୍ରୀ’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଛି। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯିବା ଜରୁରୀ।

ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରଣ ଭର୍ତ୍ତି ‘ଏସ୍‌ୟୁଭି’ ଗାଡ଼ି ରଖିବା ଏବଂ ପରେ ପରେ ଥାନେର କାର୍‌ ଆକ୍‌ସେସରିଜ୍‌ ଦୋକାନର ମାଲିକ ମନସୁଖ ହିରନ୍‌ଙ୍କୁ ହତ୍ୟା କରାଯିବା ମାମଲା ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଅବସରପ୍ରାପ୍ତ ପୁଲିସ ଇନ୍‌ସ୍‌ପେକ୍ଟର୍‌ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଥି‌ଲା।

ତାଙ୍କ ସହିତ ସଚିନ ୱାଜେ ନାମରେ ଆଉ ଜଣେ ମୁମ୍ବାଇ ପୁଲିସ ବି ଗିରଫ ହୋଇଥିଲେ। ଦୁହେଁଙ୍କୁ ଉଭୟ ମାମଲାର ଷଡ଼ଯନ୍ତ୍ରକାରୀଭାବେ ‘ଏନ୍‌ଆଇଏ’ ଗିରଫ କରିଥିଲା।

୧୯୮୩ ମସିହାରେ ମୁମ୍ବାଇ ପୁଲିସରେ ସବ୍‌-ଇନ୍‌ପେକ୍ଟର୍‌ ଭାବେ ଚାକିରିରେ ଯୋଗ ଦେଇଥିବା ପ୍ରଦୀପ ଶର୍ମା ‘ମୁମ୍ବାଇ ଅଣ୍ଡର୍‌ୱାର୍ଲଡ୍‌’ ସହିତ ସମ୍ପୃକ୍ତ ଥିବା ୩୦୦ରୁ ଅଧିକ ଏନ୍‌କାଉଣ୍ଟର୍‌ ଅଭିଯାନରେ ଭାଗ ନେଇଥିଲେ। ସେଥିରୁ ପ୍ରଦୀପ ୧୧୩ଟି ଘଟଣାରେ ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe