ଆଣ୍ଟିଲିଆରେ ବୋମା ମାମଲା: ସନ୍ଦେହଘେରରେ ଥିବା ଆଇପିଏସ୍‌ ପରମବୀର ସିଂ ଦେଶ ଛାଡି ପଳାଇଲେ!

ଆଣ୍ଟିଲିଆରେ ବୋମା ମାମଲା: ସନ୍ଦେହଘେରରେ ଥିବା ଆଇପିଏସ୍‌ ପରମବୀର ସିଂ ଦେଶ ଛାଡି ପଳାଇଲେ!

ମୁମ୍ବାଇ: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ବାସଭବନରେ ବୋମା ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଏଜେନ୍‌ସିମାନେ ସନ୍ଦେହ କରୁଛନ୍ତି ଯେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଦେଶ ଛାଡି ପଳାଇଛନ୍ତି। ସିଂଙ୍କୁ ଶେଷ ଥର ପାଇଁ ଏପ୍ରିଲ ମାସରେ ମୁମ୍ବାଇରେ ଦେଖିବାକୁ ମିଳିଥିଲା।ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଏହି ଘଟଣାରେ ସଂପୃକ୍ତକୁ ନେଇ ଯାଞ୍ଚ କରୁଥିବା ଅଧିକାଂଶ ଏଜେନ୍‌ସି ଏବେ ସେ ଭାରତ ଛାଡି ପଳାଇଛନ୍ତି ବୋଲି ଅନୁମାନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୭ରେ ପରମବୀର ସିଂ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ)ରେ ହାଜର ହୋଇଥିଲେ। ଫେବ୍ରୁଆରି ୨୫ରେ ଘଟିଥିବା ଆଣ୍ଟିଲିଆ ବୋମା ଭୟ ମାମଲାରେ ତାଙ୍କୁ ସମନ ଜାରି କରାଯାଇଥିଲା। ଫେବ୍ରୁଆରର ଏହି ଘଟଣା ପରେ, ମାର୍ଚ୍ଚ ୧୭ ରେ ସିଂଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଥିଲା। ମାର୍ଚ୍ଚ ୨୨ରେ ସେ ତାଙ୍କ ନୂତନ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମେ ୪ ପର୍ଯ୍ୟନ୍ତ ସେ କାର୍ଯ୍ୟାଳୟରେ ଯୋଗ ଦେଇଥିବା କୁହାଯାଉଛି।

ପରେ ସେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ମଇ ୫ ତାରିଖରୁ ଛୁଟିରେ ଯାଇଥିଲେ। ମେ ଏବଂ ଅଗଷ୍ଟ ମଧ୍ୟରେ ସିଂ ମହାରାଷ୍ଟ୍ର ସରକାରଙ୍କ ସହ ଯୋଗାଯୋଗ କରି ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଛୁଟି ଅବଧିର ସମ୍ପ୍ରସାରଣ କରିବାକୁ ଚାହୁଁଥିଲେ। ସେ କହଥିଲେ ଯେ ତାଙ୍କର ଅସ୍ତ୍ରୋପଚାର ହୋଇଛି ଏବଂ ସେ ଶଯ୍ୟାଶାୟୀ ଅଛନ୍ତି। ପରେ, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ, ସେ ଆଉ ଏକ ଛୁଟି ଅବଧି ସମ୍ପ୍ରସାରଣ ମାଗିଥିଲେ ଯେ ସେ ଅସୁସ୍ଥ ଅଛନ୍ତି ଏବଂ ଏଥର ଅଗଷ୍ଟ ୨୯ ପର୍ଯ୍ୟନ୍ତ ଛୁଟି ମାଗିଥିଲେ। ଏହାପର ଠାରୁ ସେ ନିଖୋଜ ହୋଇପଡ଼ିଛନ୍ତି ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ଏନଆଇଏର ଅଧିକାରୀମାନେ ମଧ୍ୟ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସିଂଙ୍କୁ ଡକାଇଥିଲେ। କିନ୍ତୁ ସେ ଅନୁପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍‌ ଖବର ମିଳନାହିଁ। ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀମାନେ ହରିୟାଣା, ମୁମ୍ବାଇ, ଚଣ୍ଡିଗଡ଼ ଏବଂ ରୋହତକ ସ୍ଥିତ ସିଂଙ୍କ ବାସଭବନକୁ ଏକାଧିକ ଥର ପରିଦର୍ଶନ କରଥଲେ ସୁଦ୍ଧା ତାଙ୍କୁ ପାଇ ପାରି ନାହାନ୍ତି। ତାଙ୍କର ସମସ୍ତ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe