ଭାରତରୁ ପଠାଯାଇଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଆମେରିକାରେ ପହଞ୍ଚିଲା

ଭାରତରୁ ପଠାଯାଇଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଆମେରିକାରେ ପହଞ୍ଚିଲା

Image Source: Hindustan Times

ୱାସିଂଟନ୍: ଭାରତ ପଠାଇଥିବା ବିପୁଳ ପରିମାଣର ମ୍ୟାଲେରିଆ ନିରାଧକ ଔଷଧ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ପହଞ୍ଚିଛି। ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ଆମେରିକାର ଅନ୍ୟତମ ରାଜ୍ୟ ନିଉ ଜର୍ସି ଅନ୍ତର୍ଗତ ନିଉଆର୍କ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରୁ ଯାଇଥିବା ମାଲବାହୀ ବିମାନଟି ଅବତଣ କରିଥିଲା। ଏହା ପରେ ସେଥିରୁ ନୀଳ ରଙ୍ଗର ଜରିରେ ଆବୃତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଥିବା କ୍ରେଟ୍ ସବୁ ତଳକୁ ଓହ୍ଲା ଯାଇଥିଲା।

ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତରନଜିତ୍ ସାନ୍ଧୁ ବିମାନ ବନ୍ଦରରୁ ଔଷଧ ପୁଡ଼ିଆ ବାହାରକୁ ନିଆଯାଉଥିବାର ଫଟୋ ସହ ଟୁଇଟ୍ କରି ଲେଖିଛନ୍ତି: କୋଭିଡ୍-୧୯ ବିରୋଧରେ ଆମ ବନ୍ଧୁମାନଙ୍କୁ ସହାୟକ ହେଉଛୁ। ଆଜି ନିଉଆର୍କ ବିମାନ ବନ୍ଦରରେ ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପହଞ୍ଚିଲା।

publive-image Image Source: News 18

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ସମ୍ପ୍ରତି ଆମେରିକା କରୋନାଭାଇରସ୍ ଆକ୍ରାନ୍ତ ଓ ତଦ୍‌ଜନିତ ମୃତ୍ୟୁ ଘଟଣାରେ ଇଟାଲିକୁ ଟପି ବିଶ୍ବର ଏକ ନମ୍ବର ରାଷ୍ଟ୍ର ତାଲିକାଭୁକ୍ତ ହୋଇଛି। ଶନିବାର ମଧ୍ୟରାତ୍ରୀ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୫୩୨୮୯୭ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୦, ୫୭୭ରେ ପହଞ୍ଚିଛି।

କରୋନାଭାଇରସ୍ ବିରୋଧରେ ଚାଲିଥିବା ସଂଗ୍ରାମରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଟ୍ଟପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରିପାରେ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍ ଏହାର ପ୍ରଚାର କରୁଥିଲେ ବି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯେ କୋଭିଡ୍-୧୯ ବିରୋଧରେ କାର୍ଯ୍ୟ କରୁଛି ଏହାର କୌଣସି ପ୍ରମାଣ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe