ସୋନାଙ୍କ ଅଭିଯୋଗ ଭିତ୍ତିରେ ‘ଇଣ୍ଡିଆନ୍‌ ଆଇଡଲ୍’ରୁ ବାଦ୍‌ ପଡ଼ିବା ପରେ ନିଜର ପ୍ରତିକ୍ରିୟା ରଖିଲେ ଅନୁ ମଲିକ

ଅନୁ ମଲ୍ଲିକଙ୍କ ବଦଳରେ ଇଣ୍ଡିଆନ ଆଇଡ଼ଲକୁ ମିଳିଲା ନୂଆ ବିଚାରକ

Radio and Music

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କ ଅଭିଯୋଗ ଭିତ୍ତିରେ ସୋନି ଟିଭି ଦ୍ବାରା ପ୍ରଯୋଜିତ ସଂଗୀତ ରିୟଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ-୧୧ରୁ ବିଦା ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଗୀତ ନିଦ୍ଦେର୍ଶକ ଅନୁ ମଲିକ। ସେ କହିଛନ୍ତି କି ଏହି ମିଉଜିକ୍‌ ରିୟଲିଟି ସୋ’ରୁ ସେ ନିଜେ ହିଁ ବାହାରି ଯାଇଛନ୍ତି, ତାଙ୍କୁ ବାହାର କରାଯାଇ ନାହିଁ। ପୂର୍ବରୁ ଅନୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ଓ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲେ।

୨୦୧୮ ମସିହାରେ ଗାୟିକା ସୋନା ମହାପାତ୍ରଙ୍କ ସମେତ ଅନ୍ୟ କେତେ ଜଣ ବଲିଉଡ୍ ସଂଗୀତ କଳାକାର  ମିଶି ଅନୁ ମଲ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।

ଯାହାବି ହେଉ, ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ୍‌-୧୧ରୁ ଅନୁଙ୍କ ବାଦ୍‌ ପଡ଼ିବା ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଅଭିଯୋଗକାରିଣୀ ସୋନା ମହାପାତ୍ର। ସୋନା ଏହାକୁ ଏକ ପ୍ରକାରର ବିଜୟ ବୋଲି କହିବା ସହ ପ୍ରଶଂସକମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe