ଅନୁ ମଲିକଙ୍କୁ #ମି ଠୁ ଚୋଟ

Advertisment

ଇଣ୍ଡିଆନ୍ ଆଇଡଲ୍‌ ସୋ’ରୁ ହଟିଲେ, ଷ୍ଟାର ଇଣ୍ଡିଆ ସିଇଓଙ୍କ ବିରୋଧ‌େର ଅଭିଯୋଗ28

ଇଣ୍ଡିଆନ୍ ଆଇଡଲ୍‌ ସୋ’ରୁ ହଟିଲେ, ଷ୍ଟାର ଇଣ୍ଡିଆ ସିଇଓଙ୍କ ବିରୋଧ‌େର ଅଭିଯୋଗ28

ଅନୁ ମଲିକଙ୍କୁ #ମି ଠୁ ଚୋଟ

ମୁମ୍ବାଇ: ବଲିଉଡ୍‌ ଜଗତର ଜଣାଶୁଣା ବ୍ୟକ୍ତି ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ #ମି ଠୁ ଚୋଟ ଲାଗିଛି। ଏହି ଅଭିଯାନ ଦ୍ବାରା ୪ ଜଣ ମହିଳାଙ୍କ ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା ଅନୁଙ୍କୁ ଶେଷରେ ଲୋକପ୍ରିୟ ସଙ୍ଗୀତଭିତ୍ତିକ ସୋ’ ଇଣ୍ଡିଆନ୍‌ ଆଇଡଲ୍‌ରୁ ହଟାଇ ଦିଆଯାଇଛି। ସେ ଏହି ସୋ’ରେ ଜଣେ ଜୁରି ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ଏଣିକି ତାଙ୍କ ବିନା ଏହି ସୋ’ରେ ନେହା କକ୍କର ଓ ବିଶାଲ ଡଡ୍‌ଲାନି ଜୁରି ସଦସ୍ୟ ରହିବେ ଏବଂ ଖୁବ୍‌ଶୀଘ୍ର ଅନୁଙ୍କର ଜଣେ ଉପଯୁକ୍ତ ବିକଳ୍ପ ଜୁରି ସଦସ୍ୟ ଚୟନ କରାଯିବ ବୋଲି ଟିଭି ଚ୍ୟାନେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚ୍ୟାନେଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଇଣ୍ଡିଆନ୍ ଆଇଡଲ୍‌ ପାଇଁ ଅନୁ ଆଉ ଜୁରି ସଦସ୍ୟ ରହିବେ ନାହିଁ। କିନ୍ତୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ ଚାଲିବ। ଆମେ ଶୀଘ୍ର ଭାରତୀୟ ସଙ୍ଗୀତ କ୍ଷେତ୍ରରୁ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଚୟନ କରିବୁ। ଏ ପର୍ଯ୍ୟନ୍ତ ଅନୁ ମଲିକଙ୍କ ବିରୋଧରେ ଗାୟିକା ସୋନା ମହାପାତ୍ର ଓ ଶ୍ବେତା ପଣ୍ଡିତଙ୍କ ସମେତ ୪ ଜଣ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଟିଭି ସୋ’ ଇଣ୍ଡିଆନ୍ ଆଇଡଲ୍‌ର ପଞ୍ଚମ ସଂସ୍କରଣରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ସଦସ୍ୟା କହିଥିଲେ ଯେ ଅନୁ ମଲିକଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଅନେକ ମହିଳାଙ୍କୁ ସେ ଜାଣନ୍ତି। ନ୍ୟୁୟର୍କ ଭିତ୍ତିକ ନିର୍ମାତା ଡେନିକା ଡିସୁଜାଙ୍କ ସୂଚନା ମୁତାବକ ଇଣ୍ଡିଆନ୍ ଆଇଡଲ୍‌ର ସୁଟିଂ ବେଳେ ଅନୁ ଯାହା କରନ୍ତି, ତାହା ସମସ୍ତଙ୍କୁ ଜଣା। କିନ୍ତୁ ତାଙ୍କ ବିରୋଧରେ କେହି ମୁହଁ ଖୋଲନ୍ତି ନାହିଁ। ଗତକାଲି ଅନୁ ମଲିକଙ୍କ ବିରୋଧରେ ଦୁଇଜଣ ମହିଳା ନିର୍ଯାତନା ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ଟ୍ବେଣ୍ଟିଫାର୍ଷ୍ଟ ସେଞ୍ଚୁରି ଫକ୍ସର ସହଯୋଗୀ ସଂସ୍ଥା ଷ୍ଟାର୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଉଦୟ ଶଙ୍କରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଜଣେ ଅଜଣା ମହିଳା ଏହି ଅଭିଯୋଗ ଆଣିଛନ୍ତି। ତେବେ ଏ ବାବଦରେ ଷ୍ଟାର ଇଣ୍ଡିଆ ପକ୍ଷରୁ ଉକ୍ତ ମହିଳାଙ୍କୁ ସାମ୍ନାକୁ ଆସି ଅଭିଯୋଗ କରିବା ପାଇଁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe