ଓସ୍କାର ପୁରସ୍କାର ଦୌଡ଼ରେ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ଅନୁଜା

ଫିଲ୍ମ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ବା ଏକାଡେମୀ ପୁଲସ୍କାର ପାଇଁ ଚଳିତ ବର୍ଷ ନୋମିନେସନ ବା ନାମାଙ୍କନ ଘୋଷଣା କରାଯାଇଛି । ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର 'ଅନୁଜା' (ହିନ୍ଦୀ ଭାଷାର ଚଳଚ୍ଚିତ୍ର) ମଧ୍ୟ ଶ୍ରେଷ୍ଠ ଲାଇଭ୍ ଆକ୍ସନ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ସ୍ଥାନ ପାଇଛି।

ଅଦ୍ୟତନ ହୋଇଛି
anuja

ନ୍ୟୁୟର୍କ: ଫିଲ୍ମ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ବା ଏକାଡେମୀ ପୁଲସ୍କାର ପାଇଁ ଚଳିତ ବର୍ଷ ନୋମିନେସନ ବା ନାମାଙ୍କନ ଘୋଷଣା କରାଯାଇଛି । ଜାନୁଆରୀ ୨୩ ରେ ଲସ୍ ଆଞ୍ଜେଲସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସ ଓସ୍କାର ୨୦୨୫ ପାଇଁ ନୋମିନେସନ ହାସଲ କରିଥିବା ନାମଗୁଡ଼ିକୁ ଉନ୍ମୋଚନ କରିଥିଲା। ଏହି ନୋମିନେସନରେ ଭାରତ ପାଇଁ ବିଶେଷ କଥା ହେଉଛି ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର 'ଅନୁଜା' (ହିନ୍ଦୀ ଭାଷାର ଚଳଚ୍ଚିତ୍ର) ମଧ୍ୟ ଶ୍ରେଷ୍ଠ ଲାଇଭ୍ ଆକ୍ସନ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ସ୍ଥାନ ପାଇଛି। 

ଶ୍ରେଷ୍ଠ ଚଳଚ୍ଚିତ୍ର ଦୌଡ଼ରେ ରହିଛନ୍ତି ଅନୋରା, ଦି ବ୍ରୁଟାଲିଷ୍ଟ, ଏ କଂପ୍ଲିଟ ଅନନୋନ, କନକ୍ଲେଭ, ଡୁନ : ପାର୍ଟ ୨, ଏମିଲିଆ ପେରେଜ୍, ନିକଲ ବୟଜ, ଆଇ ଆମ ଷ୍ଟିଲ ହିୟର, ଦି ସବଷ୍ଟାନ୍ସ ଓ ବିକେଡ୍ । ଭାରତୀୟ ଆମେରିକୀୟ ଚଳଚ୍ଚିତ୍ର ଅନୁଜା ଶ୍ରେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ନୋମିନେସନ ହାସଲ କରିଛି । 

ଓସ୍କାର ୨୦୨୫ ନାମିନେସନ ସଂପର୍କରେ ପ୍ରଥମେ ଜାନୁଆରୀ ୧୭ରେ ଘୋଷଣା ହେବାର ଥିଲା, କିନ୍ତୁ ଲସ୍ ଆଞ୍ଜେଲସରେ ନିଆଁ ଲାଗିବା କାରଣରୁ ନାମାଙ୍କନକୁ ସ୍ଥଗିତ ରଖାଯାଇଥିଲା । ଯାହା ପରେ ଜାନୁଆରୀ ୨୩ ରେ ନାମାଙ୍କନ ପତ୍ର ଘୋଷଣା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe