ଫେମିନା ମିସ୍‌ ଇଣ୍ଡିଆ ୨୦୧୮ ବିଜୟିନୀ ତାମିଲନାଡୁର ଅନୁକୃତୀ ଭାସ୍‌

Advertisment
ଫେମିନା ମିସ୍‌ ଇଣ୍ଡିଆ ୨୦୧୮ ବିଜୟିନୀ ତାମିଲନାଡୁର ଅନୁକୃତୀ ଭାସ୍‌

ନୂଆଦିଲ୍ଲୀ: ମୁମ୍ବାଇ ଡୋମ୍‌ସ୍ଥିତ ଏନ୍‌ଏସ୍‌ସିଆଇ ଷ୍ଟାଡିୟମ୍‌ରେ ଆୟୋଜିତ ଫେମିନା ମିସ୍‌ ଇଣ୍ଡିଆର ୫୫ତମ ପ୍ରତିଯୋଗିତା ୨୦୧୮ର ବିଜୟିନୀ ହୋଇଛନ୍ତି ତାମିଲନାଡୁର ମିସ୍‌ ଅନୁକୃତୀ ଭାସ୍‌। ହରିୟାନାର ମିସ୍‌ ମିନାକ୍ଷୀ ଚୌଧୁରୀ ଏବଂ ଆନ୍ଧ୍ର ପ୍ରଦେଶର ମିସ୍‌ ଶ୍ରେୟା ରାଓ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍‌ ଅପ୍‌ ଲାଭ କରିଛନ୍ତି।

ମୁମ୍ବାଇରେ ଅନୁଷ୍ଠିତ  ଏହି ଭବ୍ୟ ଇଭେଣ୍ଟର ପରିଚାଳନା କରିଥିଲେ  ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ଆୟୁଷ୍ମାନ ଖୁରାନା। ଏଥିରେ ମାଧୁରୀ ଦୀକ୍ଷିତ୍‌, କରୀନା କପୁର ଏବଂ ଜାକଲିନ୍  ଫର୍ଣ୍ଣାଡେଜ୍‌ ଭଳି ତାରକା ନୃତ୍ୟ ପରିବେଷଣ କରିଥିଲେ।

ଅନୁଷ୍ଠାନ ଶେଷରେ ବିଜୟିନୀମାନଙ୍କୁ ୨୦୧୭ର ମିସ୍‌ ଓ୍ଵାର୍ଲ୍ଡ ମାନୁଷୀ ଚିଲ୍ଲାର, ୨୦୧୭ ମିସ୍‌ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସ୍‌ ସାନା ଦୁଆ ଏବଂ ମିସ୍‌ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ୨୦୧୭ ପ୍ରିୟଙ୍କା କୁମାରୀ ଟାଇଟଲ୍‌ ଧାରିଣୀମାନଙ୍କୁ ମୁକୁଟ ପିନ୍ଧାଇ ଥିଲେ।

publive-image

୧୯ ବର୍ଷୀୟ ବିଜୟିନୀ ଅନୁକୃତି ଭାସ୍‌ ତାମିଲ୍‌ନାଡୁବାସିନୀ ଏବଂ ସେ ଲୟଲା କଲେଜ୍‌ରେ ଫ୍ରେଞ୍ଚ୍‌ରେ ସ୍ନାତକ କରୁଛନ୍ତି। ମଡେଲିଙ୍ଗ୍‌ ଏବଂ ଅଭିନୟରେ ତାଙ୍କର ଆଗ୍ରହ ରହିଛି। ପୂର୍ବରୁ ସେ ୩୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସମ୍ମାନଜନକ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ତାମିଲ୍‌ନାଡୁ ମୁକୁଟ ହାସଲ କରିଥିଲେ।

ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ଭାସ୍‌ ଭାରତର ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe