କଙ୍ଗନାଙ୍କ ‘ଇମର୍ଜେନ୍ସି’ରେ ଜୟପ୍ରକାଶ ନାରାୟଣ ଭୂମିକାରେ ଅନୁପମ ଖେର୍‌

Advertisment
କଙ୍ଗନାଙ୍କ ‘ଇମର୍ଜେନ୍ସି’ରେ ଜୟପ୍ରକାଶ ନାରାୟଣ ଭୂମିକାରେ ଅନୁପମ ଖେର୍‌

Woman's era

ମୁମ୍ବାଇ : କଙ୍ଗନା ରାଣାୱତଙ୍କ ‘ଇମର୍ଜେନ୍ସି’ରେ ଅନୁପମ ଖେର୍‌ଙ୍କ ପ୍ରଥମ ଲୁକ୍ ପଦାକୁ ଆସିଛି। ଏହି ଚଳଚ୍ଚିତ୍ରରେ ଜନନେତା ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ସେ ଅଭିନୟ କରିଛନ୍ତି। ‘ଇମର୍ଜେନ୍ସି’ରେ ଅନୁପମଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। କାରଣ ଜୟପ୍ରକାଶ ନାରାୟଣ ୭୦ ଦଶକରେ ଇନ୍ଦିରା ଗାନ୍ଧିଙ୍କ ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନୁପମଙ୍କ ଚରିତ୍ରକୁ ନେଇ ପ୍ରଶଂସକ ଉତ୍ସାହିତ ଅଛନ୍ତି। ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ଏକ କ୍ଷୁଦ୍ର ଭିଡିଓରେ କଙ୍ଗନା ରାଣାୱତଙ୍କୁ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ମଣିକର୍ଣ୍ଣିକା ବ୍ୟାନରରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କଙ୍ଗନା। ଜରୁରୀ ପରିସ୍ଥିତି ସମୟକୁ ସ୍ୱାଧୀନ ଭାରତର ଅନ୍ଧକାର ସମୟ ବୋଲି କୁହାଯାଏ। ଇନ୍ଦିରା ଗାନ୍ଧି ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଚଳଚ୍ଚିତ୍ର ବିଷୟରେ କଙ୍ଗନା ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ, ଜରୁରୀ ପରିସ୍ଥିତି ଭାରତୀୟ ରାଜନୈତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟକୁ ପ୍ରତିଫଳିତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe