Inshorts
ମୁମ୍ବାଇ: ବଲିଉଡ୍ର ଅନ୍ୟତମ ଖ୍ୟାତନାମା ଓ ଚର୍ଚ୍ଚିତ ଅଭିନେତା ଅନୁପମ୍ ଖେର୍ଙ୍କୁ ନେଇ ଆଜି ଦେଶବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏଇ ଚର୍ଚ୍ଚା ଆରମ୍ଭ ହୋଇଛି ଅଭିନେତା ଅନୁପମ୍ ଖେର୍ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କଲାପରେ।
ଆଜି ରବିବାର। ଏକ ଛୁଟି ଦିନରେ ଅଭିନେତା ଅନୁପମ୍ ଖେର୍ ମାୟାନଗରୀ ମୁମ୍ବାଇର ରାଜରାସ୍ତାରେ ତାଙ୍କ ନିଜ ଗାଡ଼ିରେ ନୁହେଁ ବରଂ ଗୋଟିଏ ଅେଟାରେ ସବାର ହୋଇ ଯାଇଥିଲେ ତାଙ୍କର ଅନ୍ୟତମ ପ୍ରିୟବନ୍ଧୁ, ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟଙ୍କ ଘରକୁ। ଆଉ ଅଟୋରେ ବସି ମହେଶ ଭଟ୍ଟଙ୍କ ଘରକୁ ଯାଉଥିବା ବେଳର ପୂରା ଦୃଶ୍ୟକୁ ତାଙ୍କ ମୋବାଇଲର ଭିଡିଓ କ୍ୟାମେରାରେ ରେକର୍ଡିଂ କରିବା ସହ ସେହି ଭିଡିଓକୁ ଅପ୍ଲୋଡ୍ କରିଛନ୍ତି ନିଜ ଟୁଇଟର ଆକାଉଣ୍ଟରେ।
ଏହି ଭିଡିଓଟିକୁ ଅନୁପମ୍ ଖେର୍ଙ୍କ ପ୍ରଶଂସକମାନେ ଖୁବ୍ ତାରିଫ୍ କରିଛନ୍ତି।
Follow Us