ମୋତେ 'ଅନ୍‌ଫଲୋ' କଲେ କିଛି ଲାଭ ମିଳିବନି; ପାକିସ୍ତାନୀଙ୍କୁ ଏଭଳି କହିଲେ ରୂପାଲି

fGegG

ମୁମ୍ବାଇ: ଭାରତର 'ଅପରେସନ ସିନ୍ଦୂର' ପରେ, ପାକିସ୍ତାନ ଏବେ ଆତଙ୍କିତ ଅବସ୍ଥାରେ ଅଛି। ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଆକ୍ରମଣ କରିଥିବା ବେଳେ ଏବେ ଏହାର ପ୍ରତିଶୋଧ ନେଉଛି ଭାରତ। ପାକିସ୍ତାନ ମଧ୍ୟ ଭାରତକୁ ‌ଜବାବ ଦେବାକୁ ଚେଷ୍ଟା କରୁଛି। ହେଲେ ଶତ୍ରୁ ଦେଶର ସବୁପ୍ରକାଶ ଚେଷ୍ଟା ବିଫଳ କରୁଛି ଭାରତୀୟ ସେନା। ଏହି ଯୁଦ୍ଧ ଉପରେ ସେଲିବ୍ରିଟିମାନେ ମଧ୍ୟ ଖୋଲାଖୋଲି ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏବେ ହିନ୍ଦୀ ଧାରାବାହିକ 'ଅନୁପମା'ର ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ପାକିସ୍ତାନୀ ପ୍ରଶଂସକମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଭିନେତ୍ରୀ ଜଣକ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ମୋତେ ଅନଫଲୋ କରିବା ଦ୍ୱାରା କିଛି ହେବ ନାହିଁ।

xsqc
w

ଅଭିନେତ୍ରୀ ଲେଖିଛନ୍ତି, "ମୋତେ ଅନଫଲୋ କରିବା ଦ୍ୱାରା ତୁମ ଦେଶରେ କୌଣସି ଉନ୍ନତି ଆସିବ ନାହିଁ। ପ୍ରଥମେ ଆପଣଙ୍କର ସରକାର ଏବଂ ସେନାକୁ କୁହ ଯେ ଭାରତ ବିରୋଧରେ ଆତଙ୍କବାଦ କରିବା ବନ୍ଦ କରୁ। ଏହା ହିଁ ପାକିସ୍ତାନର ଉନ୍ନତି ପାଇଁ ଏକମାତ୍ର ଉପାୟ ହେବ। ଆପଣଙ୍କର ଫଲୋ କିମ୍ବା ଅନଫଲୋ ଜଣେ କଳାକାରଙ୍କୁ ପ୍ରଭାବିତ କରିପାରେ, ହେଲେ ଜଣେ ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମୁଁ ପ୍ରଥମତଃ ଜଣେ ଭାରତୀୟ। ଜଣେ ଗର୍ବିତ ଭାରତୀୟ, ଜୟ ହିନ୍ଦ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe