କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେବେ କହି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାକୁ କହିବାରୁ ମୋଦିଙ୍କ ୨.୦ କ୍ୟାବିନେଟ୍‌ରୁ ଦୂରେଇ ରହିଲେ ଅନୁପ୍ରିୟା

Advertisment
କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେବେ କହି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାକୁ କହିବାରୁ ମୋଦିଙ୍କ ୨.୦ କ୍ୟାବିନେଟ୍‌ରୁ ଦୂରେଇ ରହିଲେ ଅନୁପ୍ରିୟା

News Nation

ମୀର୍ଜାପୁର/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟ୍‌ ଗଠନକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ଅସନ୍ତୋଷ ଓ ବିବାଦ ଥମିବା ପରିବର୍ତ୍ତେ କ୍ରମେ ବଢ଼ିବାରେ ଲାଗିଛି। ମୋଦିଙ୍କ ୨.୦ କ୍ୟାବିନେଟ୍‌କୁ ନେଇ ଗତକାଲି ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏର ଅନ୍ୟତମ ବରିଷ୍ଠ ସହଯୋଗୀ ଜେଡି(ୟୁ) ନିଜର ଅସନ୍ତୋଷ ଜାହିର କରିଥିବା ବେଳେ ଆଜି ନିଜର ଅସନ୍ତୋଷ ବ୍ୟକ୍ତ କରିଛି ଅନ୍ୟତମ ସହଯୋଗୀ ଆପ୍‌ନା ଦଳ।

ମୋଦିଙ୍କ ୧.୦ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଥିବା ଆପ୍‌ନା ଦଳର ଅନୁପ୍ରିୟା ପଟେଲଙ୍କୁ ମୋଦିଙ୍କ ୨.୦ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ହେଲେ, ଗତକାଲି ଅନୁପ୍ରିୟାଙ୍କ ପାଖକୁ ଯେତେବେଳେ କ୍ୟାବିନେଟରେ ସାମିଲ ହେବା ପାଇଁ ଫୋନ୍‌କଲ୍‌ ଗଲା ସେତେବେଳେ ତାଙ୍କୁ ଏଥରକ ବି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା କୁହାଯାଇଥିଲା। ଏହା ପରେ ଦଳ ପକ୍ଷରୁ କ୍ୟାବିନେଟ ପାହ୍ୟା ନହେଲେ ନାହିଁ ବରଂ ପଦୋନ୍ନତି ଦେଇ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଦେବାକୁ ଅନୁରୋଧ କରାଯାଇଥିଲା। ହେଲେ ଏହାକୁ ମଧ୍ୟ ଗ୍ରହଣ କରା ନଯିବା ପରେ ଅନୁପ୍ରିୟା ଶପଥ ନନେଇ ମୋଦିଙ୍କ ୨.୦ କ୍ୟାବିନେଟ୍‌ରୁ ଦୂରେଇ ରଖିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।

publive-image News Nation

ଅନ୍ୟପକ୍ଷରେ, ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏର ଅନ୍ୟତମ ବଳିଷ୍ଠ ସହଯୋଗୀ ଜେଡି(ୟୁ)କୁ ମୋଦିଙ୍କ ୨.୦ କ୍ୟାବିନେଟ୍‌ରେ ଗୋଟିଏ ମାତ୍ର ମନ୍ତ୍ରୀପଦ ମିଳିବା ଘଟଣାରେ ଅସନ୍ତୋଷ ଜାହିର କରି ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର ଦଳ ମନ୍ତ୍ରୀପଦ ଗ୍ରହଣ କରିବ ନାହିଁ ଘୋଷଣା କରି ଦେଇଥିଲେ। ଏବଂ ଦଳ ପକ୍ଷରୁ ବିଜୟ ଲାଭ କରିଥିବା ୧୬ ଜଣ ସାଂସଦଙ୍କ ମଧ୍ୟରୁ କେହି ଜଣେ ହେଲେ ଶପଥ ନେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe