ପୁଅ-ଝିଅଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା

Advertisment

ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ କରି ଟ୍ରୋଲ୍‌ ହେବା ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି | ପତ୍ନୀ ଅନୁଷ୍କା ଶର୍ମା ଓ ନିଜ ପିଲାମାନଙ୍କ ସହିତ ସେ ପ୍ରେମାନନ୍ଦ ମହାରାଜଜୀଙ୍କୁ ଦେଖା କରିବାକୁ ଯାଇଥିବା ସାମ୍ନାକୁ ଆସିଛି।

ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ କରି ଟ୍ରୋଲ୍‌ ହେବା ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି | ପତ୍ନୀ ଅନୁଷ୍କା ଶର୍ମା ଓ ନିଜ ପିଲାମାନଙ୍କ ସହିତ ସେ ପ୍ରେମାନନ୍ଦ ମହାରାଜଜୀଙ୍କୁ ଦେଖା କରିବାକୁ ଯାଇଥିବା ସାମ୍ନାକୁ ଆସିଛି।

ewrr

rt

ମୁମ୍ବାଇ: ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ କରି ଟ୍ରୋଲ୍‌ ହେବା ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି | ପତ୍ନୀ ଅନୁଷ୍କା ଶର୍ମା ଓ ନିଜ ପିଲାମାନଙ୍କ ସହିତ ସେ ପ୍ରେମାନନ୍ଦ ମହାରାଜଜୀଙ୍କୁ ଦେଖା କରିବାକୁ ଯାଇଥିବା ସାମ୍ନାକୁ ଆସିଛି। ମହାରାଜଙ୍କ ଆଗରେ ନିଜ ମନ କଥା ଅନୁଷ୍କା ଖୋଲି କହିଥିବା ବେଳେ ପଡ଼ିଆରେ ଭଲ ପ୍ରଦର୍ଶନକୁ କରି ଦେଶକୁ ଗୌରବାନ୍ୱିତ କରିଥିବାରୁ କୋହଲିଙ୍କୁ ପ୍ରଶଂସା କରିଥିଲେ ପ୍ରେମାନନ୍ଦ ମହାରାଜ। ବାର୍ତ୍ତାଳାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଭିଡିଓରେ ଦୁହେଁ ତଳେ ନିଜ ପୁଅ-ଝିଅଙ୍କୁ ଧରି ବସିଥିବା ଦେଖିବାକୁ ମିଳିଛି |

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏହି ଦମ୍ପତି ପ୍ରଥମେ ମହାରାଜଜୀଙ୍କୁ ପ୍ରଣାମ କରିଥିଲେ | ଏହା ପରେ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କୁ କହିଥିଲେ, “ଗତ ଥର ଯେତେବେଳେ ଆମେ ଆସିଥିଲୁ, ମୋ ମନରେ ଅନେକ ପ୍ରଶ୍ନ ଥିଲା, ତେଣୁ ମୁଁ ଭାବିଲି ମୁଁ ପଚାରିବି। କିନ୍ତୁ ଆସିଥିବା ଅନ୍ୟ ଭକ୍ତମାନଙ୍କ ପ୍ରଶ୍ନର ଉତ୍ତରରେ ମୋତେ ମୋ ଉତ୍ତର ମିଳିଗଲା | ଯେତେବେଳେ ଆମେ ଏଠାକୁ ଆସିବାକୁ ଚିନ୍ତା କରୁଥିଲୁ, ମୁଁ ମୋ ମନରେ ଆପଣଙ୍କ ସହିତ କଥା ହେଉଥିଲି | ମୋତେ କେବଳ ଆପଣଙ୍କ ଆଶୀର୍ବାଦ ଦରକାର |"

ଏହା ଶୁଣି ପ୍ରେମାନନ୍ଦଜୀ କହିଥିଲେ, “ଆପଣ ଦୁହେଁ ବହୁତ ସାହସୀ | ଏହି ଜଗତର ଖ୍ୟାତି ଏବଂ ସମ୍ମାନ ହାସଲ କରିବା ପରେ ଭକ୍ତି ଆଡକୁ ମୁହାଁଇବା ବହୁତ କଷ୍ଟକର। ଈଶ୍ୱରଙ୍କ ନାମ ଜପ କର ଏବଂ ବହୁତ ଭଲପାଇବା ସହିତ ଖୁସିରେ ବଞ୍ଚ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe