Anushka-Tej Pratap's 12-year relationship: Section 494 of IPC is an obstacle to marriage Photograph: (sambad.in)
ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଜଣେ ଝିଅଙ୍କ ପ୍ରେମରେ ପଡ଼ିଛନ୍ତି । ସେ ଫେସବୁକରେ ଏକ ପୋଷ୍ଟ ଲେଖି ତାଙ୍କର ପ୍ରେମ ସମ୍ପର୍କରେ ପ୍ରକାଶ କରିଛନ୍ତି। ଅନୁଷ୍କା ଯାଦବଙ୍କ ସହ ତାଙ୍କର ସମ୍ପର୍କକୁ ସେ ସାର୍ବଜନୀନ କରିଛନ୍ତି।
ତେଜ ପ୍ରତାପ କହିଛନ୍ତି ଯେ, ସେମାନେ ଉଭୟ ଗତ ୧୨ ବର୍ଷ ଧରି ପରସ୍ପରକୁ ଜାଣନ୍ତି ଏବଂ ଭଲ ପାଆନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ସେ ବହୁତ ଦିନ ଧରି ଏହା କହିବାକୁ ଚାହୁଁଥିଲେ, କିନ୍ତୁ ଏବେ ସେ ସାହସର ସହିତ ଏହା କହୁଛନ୍ତି। ଏହି ଖବର ରାଜନୈତିକ ମହଲରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ହଲଚଲ ସୃଷ୍ଟି କରିଛି।
ତେଜ ପ୍ରତାପ ଯାଦବ ତାଙ୍କ ଫେସବୁକ୍ ପୋଷ୍ଟରେ ଅନୁଷ୍କା ଯାଦବଙ୍କ ସହ ତାଙ୍କର ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, 'ମୁଁ ତେଜ ପ୍ରତାପ ଯାଦବ ଏବଂ ମୋ ସହିତ ଏହି ଫଟୋରେ ଦେଖାଯାଉଥିବା ଝିଅ ହେଉଛନ୍ତି ଅନୁଷ୍କା ଯାଦବ!' ଆମେ ଦୁହେଁ ଗତ ୧୨ ବର୍ଷ ଧରି ପରସ୍ପରକୁ ଜାଣୁ ଏବଂ ଭଲ ପାଉ। ଆମେ ଗତ ୧୨ବର୍ଷ ଧରି ସମ୍ପର୍କରେ ଅଛୁ। ତେଜ ପ୍ରତାପ ଆହୁରି ଲେଖିଛନ୍ତି ଯେ, ସେ ଏହି କଥାକୁ ସମସ୍ତଙ୍କ ସାମ୍ନାରେ ରଖିବାକୁ ଚାହୁଁଥିଲେ, କିନ୍ତୁ ସେ ଏହାକୁ କିପରି କହିବେ ତାହା ବୁଝିପାରୁ ନଥିଲେ। ସେ କହିଛନ୍ତି ଯେ, ଆଜି ସେ ସାହସ ଏକତ୍ର କରିଛନ୍ତି ଏବଂ ଫେସବୁକ୍ ମାଧ୍ୟମରେ ତାଙ୍କ ହୃଦୟର ଭାବନା ସେୟାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ପୋଷ୍ଟରେ ତେଜ ପ୍ରତାପଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ଜେତସ୍ବୀ ଏପରି ଜଣେ ବ୍ୟକ୍ତି ଭାବରେ ସାମ୍ନାକୁ ଆସିଲେ ଯିଏ ପ୍ରେମରେ ପଡ଼ିଛନ୍ତି ଏବଂ ଦୁନିଆଠାରୁ ନିଜ ସମ୍ପର୍କକୁ ଲୁଚାଇବାକୁ ଚାହାନ୍ତି ନାହିଁ। ସେ ଏହା ମଧ୍ୟ ଲେଖିଛନ୍ତି, ମୁଁ ଆଶା କରୁଛି ତୁମେ ସମସ୍ତେ ମୁଁ କଣ କହୁଛ ତାହା ବୁଝିପାରିବ। ତେଜ ପ୍ରତାପ ଅନୁଷ୍କା ଯାଦବଙ୍କ ବିଷୟରେ ଅଧିକ ସୂଚନା ଦେଇନାହାନ୍ତି। କିନ୍ତୁ ଫଟୋ ସାମ୍ନାକୁ ଆସିବା ପରେ, ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ। କିଛି ଲୋକେ ଅନୁମାନ କରୁଛନ୍ତି ଯେ, ଅନୁଷ୍କା କୌଣସି ରାଜନୈତିକ ପରିବାରର ନୁହନ୍ତି। ସେ ତେଜ ପ୍ରତାପଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ।
ତେଜ ପ୍ରତାପ ଯାଦବ ୨୦୧୮ ମସିହାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ରାୟଙ୍କ ନାତୁଣୀ ଏବଂ ବରିଷ୍ଠ ନେତା ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ବିବାହର କିଛି ମାସ ପରେ, ଉଭୟଙ୍କ ମଧ୍ୟରେ ମତଭେଦର ଖବର ଆସିବା ଆରମ୍ଭ ହେଲା ଏବଂ ତେଜ ପ୍ରତାପ ୨୦୧୮ ମସିହାରେ ହିଁ କୋର୍ଟରେ ଛାଡପତ୍ର ଆବେଦନ ଦାଖଲ କରିଥିଲେ।
ତଥାପି, ୨୦୨୫ ମସିହା ପର୍ଯ୍ୟନ୍ତ, ଏହି ଛାଡପତ୍ର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ, ଯାହାର ଅର୍ଥ ହେଉଛି ଆଇନଗତ ଭାବରେ ତେଜ ପ୍ରତାପ ଏପର୍ଯ୍ୟନ୍ତ ବିବାହିତ।
ଅଧିକ ପଢ଼ନ୍ତୁ: ଡବଲ ଇଞ୍ଜିନ ଖଟାରା ସରକାର, ବିହାର ପାଇଁ ସମ୍ପୂର୍ଣ୍ଣ ବେକାର: ତେଜସ୍ୱୀଙ୍କ ପୋଷ୍ଟର ୱାର୍
ଆଇପିସିର ଧାରା ୪୯୪ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ବିବାହ ଜାରି ରହିଥିବା ବେଳେ ଅନ୍ୟ କାହାକୁ ବିବାହ କରନ୍ତି, ତେବେ ଏହାକୁ ଦ୍ୱିତୀୟ ବିବାହ କୁହାଯିବ। ଯାହା ଏକ ଗୁରୁତର ଅପରାଧ।
ଧାରା ୪୯୪ ଅନୁସାରେ ଯଦି କୌଣସି ବ୍ୟକ୍ତି ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥିବା ସମୟରେ ଦ୍ୱିତୀୟ ବିବାହ କରନ୍ତି, ତେବେ ତାଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜରିମାନା ହୋଇପାରେ। ଏହାର ଅର୍ଥ ହେଉଛି ଯଦି ତେଜ ପ୍ରତାପ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ତାଙ୍କର ଛାଡପତ୍ର ଚୂଡ଼ାନ୍ତ ହେବା ପୂର୍ବରୁ ଅନୁଷ୍କା ଯାଦବଙ୍କୁ ବିବାହ କରନ୍ତି, ତେବେ ଏହି ଧାରା ତାଙ୍କ ବିରୁଦ୍ଧରେ ଲାଗୁ ହୋଇପାରିବ।
ହିନ୍ଦୁ ବିବାହ ଆଇନ ୧୯୫୫ ଅନୁସାରେ ବିବାହ ସମୟରେ ଉଭୟ ପକ୍ଷ ଅବିବାହିତ କିମ୍ବା ଛାଡପତ୍ରପ୍ରାପ୍ତ ହେବା ଉଚିତ୍। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେପର୍ଯ୍ୟନ୍ତ ତେଜ ପ୍ରତାପଙ୍କ ଛାଡପତ୍ର କୋର୍ଟ ଦ୍ୱାରା ଚୂଡ଼ାନ୍ତ ନହୋଇଛି, ସେ ଅନ୍ୟ କାହାକୁ ବିବାହ କରିପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ବୁଲା କୁକୁର ଉପରେ ଘୋଡା ପରି ଚଢ଼ି ବୁଲୁଛି ଛୋଟ ଝିଅ, ଭାଇରାଲ ହେଲା ଭିଡିଓ
anushka-yadav | Tej Pratap Yadav
Follow Us