ସିନ୍ଧୁ ନଦୀଜଳ ରୋକିଲେ ଭଲ ହେବ ନାହିଁ : ପାକିସ୍ତାନର ଧମକ

Advertisment
ଆମେରିକା ଗସ୍ତ ସମୟରେ ଇମ୍ରାନ୍‌ ଖାଁଙ୍କୁ ଦେଇଥିବା ଘରୋଇ ବିମାନକୁ ଫେରାଇନେଲେ ସାଉଦି ଯୁବରାଜ

Image Source: Hindustan Times

ଇସ୍ଲାମାବାଦ : ଭାରତ ଦେଇ ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକର ଗତିପଥ ରୋକିଲେ ତାହାକୁ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନିଆଯିବ ଓ ଏହାର ଜବାବ ଦିଆଯିବ ବୋଲି ପାକିସ୍ତାନ ସରକାର ସ୍ପଷ୍ଟ କରିଦେଇଛନ୍ତି । ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଚୁକ୍ତି ମୁତାବକ ୩ଟି ନଦୀର ଏକ୍ସକ୍ଲୁସିଭ ରାଇଟ୍‌ ( ସଂପୂର୍ଣ୍ଣ ଅଧିକାର) ପାକିସ୍ତାନ ପାଖରେ ରହିଛି । ଏହାକୁ କେହି ବଦଳେଇ ପାରିବେ ନାହିଁ ।

publive-image
ନିକଟରେ ହରିୟାଣାରେ ହୋଇଥିବା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଗତ ୭୦ ବର୍ଷ ହେଲା ଭାରତ ଭାଗରେ ଥିବା ପାଣି ମଧ୍ୟ ପାକିସ୍ତାନକୁ ବୋହିଯାଉଥିଲା । କିନ୍ତୁ ଏବେ ତାହାକୁ ବନ୍ଦ କରିଦିଆଯିବ ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ଉପରେ ପାକିସ୍ତାନର ଅଧିକାର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe