ସୋସିଆଲ ମିଡିଆ ବ୍ୟବହାରକାରୀ ସାବଧାନ! ଦୁଷ୍କର୍ମ ପୀଡ଼ିତାର ପରିଚୟ ପ୍ରଘଟ କଲେ ଭୋଗିବେ ୬ ମାସର ଜେଲଦଣ୍ଡ

ସୋସିଆଲ ମିଡିଆ ବ୍ୟବହାରକାରୀ ସାବଧାନ! ଦୁଷ୍କର୍ମ ପୀଡ଼ିତାର ପରିଚୟ ପ୍ରଘଟ କଲେ ଭୋଗିବେ ୬ ମାସର ଜେଲଦଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏଣିକି ସାବଧାନ। ଯଦି ଆପଣ, ସୋସିଆଲ ମିଡିଆରେ କରୁଥିବା କୌଣସି ବି ପୋଷ୍ଟିଂରେ ଯଦି କୌଣସି ଦୁଷ୍କର୍ମ ପୀଡ଼ିତାର କୌଣସି ପ୍ରକାରର ପରିଚୟ ପ୍ରଘଟ କରି ଦେଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୬ ମାସର ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଆଜି (ଶୁକ୍ରବାର) ଏହିପରି ଏକ ଆଦେଶନାମା ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

publive-image
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାର ନାମ ଓ ପରିଚୟ ପ୍ରଘଟ କରିବା ବିରୋଧରେ ଗୁଗୁଲ୍‌, ଫେସ୍‌ବୁକ୍‌ ଓ ଟୁଇଟର ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ କେଉଁ ପରିସ୍ଥିତିରେ ଓ କିପରି କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ନାମ ପ୍ରଘଟ ହେଲା ସଂପର୍କରେ କାରଣ ଦର୍ଶାଇବା ପାଇଁ ଗୁଗୁଲ୍‌, ଫେସ୍‌ବୁକ୍‌ ଓ ଟୁଇଟର ଉପରେ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୯ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ପୂର୍ବରୁ କଠୁଆ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ନାମ ପ୍ରଘଟ କରିଥିବା ଗଣମାଧ୍ୟମଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଲେଖାଁଏ ଜରିମାନାରେ ଦଣ୍ଡିତ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏଥିସହ ଆଜି ଏହି ମାମଲାର ଶୁଣାଣି କାଳରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ଏଣିକି ଯେକେହି ଯେ କୌଣସି ପ୍ରକାର ମାଧ୍ୟମରେ କୌଣସି ଦୁଷ୍କର୍ମ ପୀଡ଼ିତାର କୌଣସି ପ୍ରକାରର ପରିଚୟ ପ୍ରଘଟ କରିବ ତେବେ ସଂପୃକ୍ତ ବ୍ୟକ୍ତକୁ ୬ ମାସ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe