Image Courtesy of India Today
କୋଚି (କେରଳ): ରବିବାର ଦିନ କେରଳର କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ତାମିଲନାଡୁର ରାଜ୍ୟପାଳ ଆର୍. ଏନ୍. ରବି ତାମିଲନାଡୁ ସରକାରଙ୍କ ହିଂସାକୁ ପ୍ରଶ୍ରୟ ନ ଦେବା ନୀତିକୁ ପ୍ରଶଂସା କରିଛନ୍ତି।
‘ଅଭ୍ୟନ୍ତରୀଣ ନିରାପତ୍ତାରେ ସମସାମୟିକ ଆହ୍ପାନ୍’ ଶୀର୍ଷକ କାର୍ଯ୍ୟକ୍ରମର ଏକ ଅଧିବେଶନରେ ତାମିଲନାଡୁର ରାଜ୍ୟପାଳ କହିଛନ୍ତି ଯେ, ଆତ୍ମସମର୍ପଣ ପ୍ରସଙ୍ଗ ବ୍ୟତୀତ ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟ ସରକାର କୌଣସି ସଶସ୍ତ୍ର ସଙ୍ଗଠନ ସହିତ ଥରେ ମାତ୍ର ଆଲୋଚନା କରିନାହାନ୍ତି।
ସେ କହିଛନ୍ତି, ହିଂସାକୁ ପ୍ରଶ୍ରୟ ଦେବା ଅନୁଚିତ। ଯିଏ ବନ୍ଧୁକ ଚଳାଉଛି ତାକୁ ବନ୍ଧୁକରେ ଦମନ କରିବା ଉଚିତ। ଦେଶର ଏକତା ଓ ଅଖଣ୍ଡତା ବିରୋଧରେ କହୁଥିବା କାହାରି ସହିତ ବୁଝାମଣା ନ କରିବା ଉଚିତ। ଆତ୍ମସମର୍ପଣ କଥା ବ୍ୟତିରେକେ, ଗତ ୮ ବର୍ଷ ମଧ୍ୟରେ କୌଣସି ସଶସ୍ତ୍ର ସଙ୍ଗଠନ ସହିତ ଆଲୋଚନା କରାଯାଇନାହିଁ।
Image Courtesy of India Aheadପୂର୍ବରୁ ନାଗାଲାଣ୍ଡ୍ର ରାଜ୍ୟପାଳ ଥିବା ରବି କଂଗ୍ରେସ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟିବା ବେଳେ ସମଗ୍ର ଦେଶ ମାନସିକ ଆଘାତ ପାଇଥିଲା; ହାତଗଣତି କେତେଜଣ ଆତଙ୍କବାଦୀଙ୍କ ଦେଶକୁ ଲାଞ୍ଛିତ କରିଥିଲେ। ସେ ଆକ୍ରମଣ ଘଟିବାର ୯ ମାସ ପରେ ଆମର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଉଭୟ ଦେଶ ଆତଙ୍କବାର ଶିକାର ବୋଲି ଉଲ୍ଲେଖ ଥିବା ମିଳିତ ପ୍ରେସ୍ ଇସ୍ତାହାରରେ ସ୍ବାକ୍ଷର କରିଥିଲେ। ଏଇଟା କ’ଣ? ପାକିସ୍ତାନ ଶତ୍ରୁ ନା, ମିତ୍ର, ତାହା ସ୍ପଷ୍ଟ କରାଯିବା କଥା।
ପୁଲ୍ୱାମା ଆକ୍ରମଣ ପରେ ଆମେ ବାଲାକୋଟ୍ରେ ବାୟୁସେନା ପ୍ରୟୋଗ କରି ପାକିସ୍ତାନ ଉପରେ ପ୍ରତିଆକ୍ରମଣ କଲୁ। ଏହି ପ୍ରତିଆକ୍ରମଣର ଅର୍ଥ ଥିଲା, ଆତଙ୍କବାଦ କାର୍ଯ୍ୟ ପାଇଁ ଶାସ୍ତି ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Follow Us