ଯୁବ ଓଡ଼ିଆ ଆଇନଜୀବୀ ଧନଞ୍ଜୟ ମିଶ୍ର ଟପ୍ପର

Advertisment

ସୁପ୍ରିମକୋର୍ଟ ଆଡଭୋକେଟ-ଅନ୍‌-ରେକର୍ଡ ପରୀକ୍ଷା ଫଳ ପ୍ରକାଶ

ସୁପ୍ରିମକୋର୍ଟ ଆଡଭୋକେଟ-ଅନ୍‌-ରେକର୍ଡ ପରୀକ୍ଷା ଫଳ ପ୍ରକାଶ

ଯୁବ ଓଡ଼ିଆ ଆଇନଜୀବୀ ଧନଞ୍ଜୟ ମିଶ୍ର ଟପ୍ପର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଆଡଭୋକେଟ ଅନ୍‌ ରେକର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଯୁବ ଓଡ଼ିଆ ଆଇନଜୀବୀ ଧନଞ୍ଜୟ ମିଶ୍ର ଟପ୍ପର ହୋଇଛନ୍ତି। ୨୦୧୦ ମସିହାରେ ନାଲସାର ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିଥିବା ଧନଞ୍ଜୟ କେଂବ୍ରିଜ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ହାସଲ କରି ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ଅଶୋକ ପରିଜାଙ୍କ ତତ୍ତ୍ୱାବଧାନରେ ଓକିଲାତି ଆରମ୍ଭ କରିଥିଲେ। ଗତବର୍ଷ ସୁପ୍ରିମକୋର୍ଟରେ ହୋଇଥିବା ଆଡଭୋକେଟ ଅନ୍‌ ରେକର୍ଡ ନାମକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ମୋଟ ୭ଶହ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଗକୁ ଆଇନ ଶିକ୍ଷାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିବେ ବୋଲି ଧନଞ୍ଜୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe