indiatoday
ଚଣ୍ଡିଗଡ: ଭାରତୀୟ ବାୟୁସେନାର ଆପାଚେ ହେଲିକପ୍ଟର ଶୁକ୍ରବାର ଅପରାହ୍ନରେ ପଞ୍ଜାବର ହୋଶିଆରପୁରରେ ଜରୁରୀକାଳୀନ ଅବତରଣ କରିଛି। ଅଧିକାରୀମାନେ କହିଛନ୍ତି ଯେ, ନବନିର୍ମିତ ଆଇଏଏଫ୍ ହେଲିକପ୍ଟର ପଠାନକୋଟ ଏୟାର ବେସରୁ ଉଡ଼ାଣ ଭରିଥିଲେ ମଧ୍ୟ ପାଇଲଟଙ୍କୁ ହୋଶିଆରପୁରର ଏକ କ୍ଷେତରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।
ହେଲିକପ୍ଟରର ନିୟନ୍ତ୍ରଣ ପ୍ୟାନେଲ ଚେତାବନୀ ସୂଚନା ଦେବା ପରେ ପାଇଲଟ ହେଲିକପ୍ଟରକୁ ଅବତରଣ କରାଇଥିଲେ ବୋଲି ଭାରତୀୟ ବାୟୁସେନା କହିଛି। କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି ଏବଂ ଏଥିରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଗତ ବର୍ଷ ଆମେରିକାରେ ନିର୍ମିତ ଆପାଚେ ଏଏଚ-୬୪ଇ ଆକ୍ରମଣ ହେଲିକପ୍ଟରଗୁଡ଼ିକୁ ଭାରତୀୟ ବାୟୁସେନାରେ ଭର୍ତ୍ତି କରାଯାଇଥିଲା। ଏଏଚ-୬୪ଇ ଆପାଚେ ଦୁନିଆର ସବୁଠାରୁ ଉନ୍ନତ ମଲ୍ଟି ରୋଲ୍ ଯୁଦ୍ଧ ହେଲିକପ୍ଟର ମଧ୍ୟରୁ ଅନ୍ୟତମ |
India TVସେହିଭଳି ଗତକାଲି ଗାଜିଆବାଦର ହିନ୍ଦନ ଏୟାରବେସରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଭାରତୀୟ ବାୟୁସେନାର ଏକ ଚିତା ହେଲିକପ୍ଟର ବୈଷୟିକ ତ୍ରୁଟି ହେତୁ ଉତ୍ତରପ୍ରଦେଶର ବାଗପାଟରେ ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଜରୁରୀ ଅବତରଣ କରିଥିଲା | ଏଥିରେ କାହାର ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନଥିଲା ବୋଲି ଅଧିକାରୀମାନେ ସ୍ପଷ୍ଟ କରିଥିଲେ।
ସୂଚନା ମିଳିବ ପରେ ଏକ ବୈଷୟିକ ଦଳ ସହିତ ଅନ୍ୟ ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨୫ମିନିଟରେ ହେଲିକପ୍ଟରରେ ହୋଇଥିବା ତ୍ରୁଟିକୁ ଠିକ କରିବା ପରେ ଦୁଇଟି ହେଲିକପ୍ଟର ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିଥିଲା |
Follow Us