ଦେଶର ଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ

Advertisment
ତେଜିଲା ଟିକାକରଣରେ ଫଟୋ ରାଜନୀତି: ଅପରାଜିତା-ସସ୍ମିତ ମୁହାଁମୁହିଁ

image source-WEB-GFX

ନୂଆଦିଲ୍ଲୀ: ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି।

ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ରାଜ୍ୟବ୍ୟାପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି l

ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟୁଇଟ୍ କରି ନିଜ ପ୍ରତିକ୍ରିୟାରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,‘ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆର ଫଳାଫଳ ଜାଣି ମୁଁ ଆନନ୍ଦିତ। ଲୋକଙ୍କ ପାଇଁ ଗତ ବର୍ଷ କରିଥିବା କାମର ଏହା ପୁରସ୍କାର, ଯାହାକି ମୋତେ ଅନେକ କିଛି ଶିଖାଇବ। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe