ଯୋଗୀଙ୍କ ସରକାରରେ ମନ୍ତ୍ରୀ ହୋଇପାରନ୍ତି ମୁଲାୟମଙ୍କ ବୋହୂ ଓ ଏହି ଦୁଇ ଆଇପିଏସ ଅଫିସର

Advertisment
ଯୋଗୀଙ୍କ ସରକାରରେ ମନ୍ତ୍ରୀ ହୋଇପାରନ୍ତି ମୁଲାୟମଙ୍କ ବୋହୂ ଓ ଏହି ଦୁଇ ଆଇପିଏସ ଅଫିସର

photo-live hindustan

ଲଖନଉ: ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ସପା ପ୍ରତିଷ୍ଠାତା ମୁଲାୟମଙ୍କ ବୋହୂ | ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବୋହୂ  ଅପର୍ଣ୍ଣା ଯାଦବ ଯୋଗୀ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ସୂଚନାନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ନୂତନ କ୍ୟାବିନେଟରେ ଅପର୍ଣ୍ଣା ଯାଦବଙ୍କୁ ମନ୍ତ୍ରୀ କରାଯିବା ନେଇ ଜୋରସୋରରେ ଆଲୋଚନା ଚାଲିଛି | ତାଙ୍କୁ ଉତ୍ତରପ୍ରଦେଶର ବିଧାନ ପରିଷଦକୁ ମନୋନୀତ କରି ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ।

ଅପର୍ଣ୍ଣା ଯାଦବଙ୍କ ବ୍ୟତୀତ ଅଦିତି ସିଂ ମଧ୍ୟ ଯୋଗୀ କ୍ୟାବିନେଟ୍ ୨.୦ରେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଦିତି ସିଂ ରାଏବରେଲିରୁ ବିଜେପି ଟିକେଟରେ ଜିତିଛନ୍ତି | ଏହା ବ୍ୟତୀତ ନୂଆ ମନ୍ତ୍ରିମଣ୍ଡଳରେ ଦୁଇ ଜଣ ପୂର୍ବତନ ଆଇପିଏସ ଅଫିସର ମଧ୍ୟ ସାମିଲ ହୋଇପାରନ୍ତି | ଲଖନଉର ସରୋଜିନୀ ନଗର ଆସନରୁ ନିର୍ବାଚନରେ ​​ଜିତିଥିବା ଡ଼.ରାଜେଶ୍ୱର ସିଂ ଓ କନୌଜ ସଦର ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଥିବା ବିଜେପି ବିଧାୟକ ଅସୀମ ଅରୁଣ(ପୂର୍ବତନ ଏଡିଜି) ମଧ୍ୟ ଯୋଗୀଙ୍କ ଟିମରେ ସାମିଲ ହୋଇପାରନ୍ତି ।

ଏହା ବ୍ୟତୀତ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ତଥା ନୋଏଡାରୁ ରେକର୍ଡ ଭୋଟରେ ଜିତିଥିବା ବିଧାୟକ ପଙ୍କଜ ସିଂଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି। ନୂତନ ଚେହେରା ବ୍ୟତୀତ ସୁରେଶ ଖାନ୍ନାଙ୍କ ପରି ପୁରୁଣା ନେତାମାନଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇପାରେ | ସେ ଶାହାଜାହାନପୁର ଆସନରୁ ନବମ ଥର ପାଇଁ ଜିତିଛନ୍ତି | ଏହା ଛଡା କେଶବ ପ୍ରସାଦ ମୋୖର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କୁ ପୁଣିଥରେ କ୍ୟାବିନେଟରେ ସ୍ଥାନ ମିଳିପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe