କଂଗ୍ରେସ ୬୫ବର୍ଷ ପର୍ଯ୍ୟନ୍ତ ଶାସନ କରି ବି କ୍ଷମତାଚ୍ୟୁତ ହେଲା, ଆମ ସମୟ ବି ଆସିବ: ଉଦ୍ଧବ ଠାକରେ

Advertisment
କଂଗ୍ରେସ ୬୫ବର୍ଷ ପର୍ଯ୍ୟନ୍ତ ଶାସନ କରି ବି କ୍ଷମତାଚ୍ୟୁତ ହେଲା, ଆମ ସମୟ ବି ଆସିବ: ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିବା ପରେ ସୋମବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ସଞ୍ଜୟ ରାଉତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ଉଦ୍ଧବ ଠାକରେ ଗଣମାଧ୍ୟମ ସହ କଥା ହୋଇ ବିଜେପିକୁ ଚେତାବନୀ ଦେଇଛନ୍ତି ଯେ, କଂଗ୍ରେସ ୬୦ରୁ ୬୫ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଦେଖ। କିଛି ସ୍ଥାୟୀ ନୁହେଁ। ଦିନେ ଆମର ସମୟ ମଧ୍ୟ ଆସିବ। ସମୟ ସବୁବେଳେ ବଦଳେ। ଯେତେବେଳେ ଆମର ସମୟ ଆସିବ, ଆପଣଙ୍କ ସହିତ କ’ଣ ହେବ ସେ ବିଷୟରେ ଚିନ୍ତା କର। ମହାରାଷ୍ଟ୍ରରେ ଅନ୍ୟ କେଉଁ ଦଳ ନରହୁ ବୋଲି ବିଜେପି ଚାହୁଁଛି। ଏବେ ମହାରାଷ୍ଟ୍ରର ଲୋକମାନେ ନିଷ୍ପତ୍ତି ନେବେ। ଯେଉଁମାନେ ସରକାରଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ସେମାନଙ୍କୁ ଜେଲ ପଠାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯ, ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ। ସଞ୍ଜୟ ରାଉତ ଜଣେ ପ୍ରକୃତ ଶିବ ସୈନିକ୍ ଏବଂ ବାଲାସାହେବ ଠାକରେଙ୍କ ଅନୁଗାମୀ। ଯେଉଁମାନେ ବିଜେପି ବିରୋଧରେ କହୁଥିଲେ ସେମାନଙ୍କୁ ଜେଲ ପଠାଯାଉଛି। ଆଜି ବିଜେପି ଯାହା କରୁଛି ତାହା କ୍ଷମତାର ଗର୍ବ ଦର୍ଶାଉଛି। ମୋ ପାଖରେ ବିଧାୟକ ଏବଂ ସାଂସଦ ନାହାଁନ୍ତି, କିନ୍ତୁ ବିଶ୍ୱସ୍ତ ଲୋକ ଅଛନ୍ତି ମୁଁ ମରିବାକୁ ରାଜି, କିନ୍ତୁ ମୁଁ କାହା ଶରଣକୁ ଯିବି ନାହିଁ।

ଉଲ୍ଲେଖଯୋଗ୍ୟ, ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe