app has got the fruits of mismanagement: Harsh Malhotra
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବହୁ ଆଗରେ ରହିଛି। ବିଧାନସଭାର ମୋଟ ଆସନ ସଂଖ୍ୟା ୭୦ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୩୬ ରହିଛି। ବିଜେପି କୁହୁକ ସଂଖ୍ୟା ଟପି ୫୦ ଆସନରେ ଆଗୁଆ ରହିଛି।
ଆପ୍ର ଏଭଳି ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା କହିଛନ୍ତି, ଅରବିନ୍ଦ କେଜରିୱାଲଙ୍କ କୁଶାସନ ଏବଂ ତାଙ୍କ ଦଳର ଦୁର୍ନୀତି ଜନସାଧାରଣଙ୍କ ସମ୍ମୁଖକୁ ଆସିଥିଲା, ଯାହା ଯୋଗୁ ଜନସାଧାରଣ ସରକାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।
ବିଜେପିର ବିଶ୍ୱସନୀୟତା, ଅନ୍ୟ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ, ଗତ ୧୦ ବର୍ଷରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଯୋଗୁ ଦିଲ୍ଲୀ ବିଜେପିକୁ ସୁଯୋଗ ଦେଉଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ, ବିଜେପି ୫୦ ଆସନ ଛୁଇଁଲା
ବିଜେପି ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ପନିପରିବା ବିକ୍ରି କରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ ପୁତୁରା ବୋହୂ ସବିତା
Follow Us