Appeal against demolition : ମୁସ୍‌ଲିମ ପକ୍ଷକୁ ଝଟ୍‌କା ଉଜ୍ଜୟିନୀ ମସ୍‌ଜିଦ ଭାଙ୍ଗିବା ବିରୋଧରେ ଆବେଦନ ଖାରଜ

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ୨୦୦ ବର୍ଷ ପୁରୁଣା ତକିୟା ମସଜିଦ ଭାଙ୍ଗିବା ବିରୋଧରେ ସୁପ୍ରିମ୍‌କୋର୍ଟରେ  ଦାୟର ଆବେଦନକୁ ଆଜି କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ....

Untitled-11

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ୨୦୦ ବର୍ଷ ପୁରୁଣା ତକିୟା ମସଜିଦ ଭାଙ୍ଗିବା ବିରୋଧରେ ସୁପ୍ରିମ୍‌କୋର୍ଟରେ  ଦାୟର ଆବେଦନକୁ ଆଜି କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି, ଯେଉଁଥିରେ ମସଜିଦ ଭାଙ୍ଗିବା ଓ ଜମି ଅଧିଗ୍ରହଣକୁ ଆଇନଗତ ବୋଲି ଘୋଷଣା କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ମୁସଲିମ ପକ୍ଷକୁ ବଡ଼ ଝଟ୍‌କା ବୋଲି କୁହାଯାଉଛି। ମାମଲାଟି ଉଜ୍ଜୟିନୀର ମହାକାଳ ମନ୍ଦିର ପାଇଁ ପାର୍କିଂ ଅଞ୍ଚଳ ବିସ୍ତାର ମାମଲା ସହ  ମସ୍‌୍ଜିଦ ଭାଙ୍ଗିବା ଘଟଣା ଜଡ଼ିତ।  ୨୦୨୫ ଜାନୁଆରିରେ ମଧ୍ୟପ୍ରଦେଶ ସରକାର ଏହି ମସ୍‌ଜିଦକୁ ଅବୈଧ ବୋଲି ଘୋଷଣା କରି ଭାଙ୍ଗିଥିଲେ। ଆବେଦନକାରୀମାନେ ଦାବି କରିଥିଲେ ଯେ ଏହା ପୂଜାସ୍ଥଳ ଆଇନ-୧୯୯୧, ୱକଫ ଆଇନ-୧୯୯୫ ଓ ଜମି ଅଧିଗ୍ରହଣ ଆଇନର ଖୋଲା ଉଲ୍ଲଂଘନ। ସେମାନେ ଜମି ଅଧିଗ୍ରହଣରେ ଅନିୟମିତତା ଅଭିଯୋଗ କରିଥିଲେ।

ଆବେଦନକାରୀମାନେ ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟ ପୁନଃନିର୍ମାଣ  ଦାବି କରିଥିଲେ, କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ଏମ.ଆର. ଶମ୍‌ଶାଦ ଯୁକ୍ତି ଦର୍ଶାଇ କହିଥିଲେ, ‘ଏହା ଗମ୍ଭୀର ମାମଲା। ଅନ୍ୟ ଧାର୍ମିକ ସ୍ଥଳ ପାଇଁ ପାର୍କିଂ ଆବଶ୍ୟକତା ଦର୍ଶାଇ ଆମ ମସ୍‌ଜିଦ ଭାଙ୍ଗି ଦିଆଯାଇଛି।’ ସେ ହାଇକୋର୍ଟଙ୍କ   ଯୁକ୍ତିକୁ ମଧ୍ୟ ବିରୋଧ କରିଥିଲେ ଯେଉଁଥିରେ ହାଇକୋର୍ଟ କହିଥିଲେ ଯେ ନମାଜ ଘରେ ବା ଅନ୍ୟତ୍ର ପଢ଼ାଯାଇପାରେ। ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି, ‘ଆଇନଗତ ବ୍ୟବସ୍ଥା ଅନୁଯାୟୀ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ  ଏହି ମାମଲା ଖାରଜ କରାଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe