ଗୋଗଇଙ୍କ ରାଜ୍ୟସଭା ଆସନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Advertisment
ଗୋଗଇଙ୍କ ରାଜ୍ୟସଭା ଆସନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ

NewsCrab

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇ ସରକାରଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। କୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନ ଖାରଜ କରି ଜଷ୍ଟିସ ସଂଜୟ କିଶାନ କୌଲ ଏବଂ ଅଭୟ ଏସ୍‌ ଓକାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ଆବେଦନର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ।

ଆବେଦନକାରୀଙ୍କ ଓକିଲ ସତୀଶ ଏସ୍‌ କାମ୍ବିୟେ କହିଛନ୍ତି ଯେ ପୂର୍ବତନ ସିଜେଆଇ ରାଜ୍ୟସଭାକୁ ମନୋନୀତ ହେବାପାଇଁ ଯୋଗ୍ୟ ନୁହନ୍ତି। ତେବେ ଖଣ୍ଡପୀଠ କହିଛନ୍ତି, ଯୋଗ୍ୟତା ନିଷ୍ପତ୍ତି କିଏ ନେବ। ତୁମେ କ’ଣ ଯୋଗ୍ୟତା ନିଷ୍ପତ୍ତି ନେବ। ଏଭଳି ଆବେଦନର କୌଣସି ଭିତ୍ତି ନାହିଁ। ତେବେ ତୁମର ସୌଭାଗ୍ୟ ଯେ ଆମେ ତୁମ ଉପରେ କୌଣସି ଜରିମାନା ଲଗାଉ ନାହୁଁ। ଉଲ୍ଲେଖଯୋଗ୍ୟ, ଗୋଗଇ ୨୦୧୯ ନଭେମ୍ବରରେ ସିଜେଆଇ ଭାବେ ଅବସର ନେଇଥିଲେ। ରାଜ୍ୟସଭାକୁ ମନୋନୀତ ହେବାରେ ସେ ପ୍ରଥମ ଅବସରପ୍ରାପ୍ତ ପ୍ରଧାନ ବିଚାରପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe