ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲା: ତଦନ୍ତ ନେଇ ପ୍ରଶ୍ନ ଉଠାଇଥିବା ପୀଡ଼ିତା ପରିବାରକୁ ସତର୍କ କଲେ ସୁପ୍ରିମ୍‌କୋର୍ଟ

Advertisment

ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟକୁ ଦଣ୍ଡାଦେଶ ହୋଇସାରିଛି। ସଂଜୟକୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି।  ପୀଡ଼ିତା ଡାକ୍ତରଙ୍କ ପରିବାର ଏହି ମାମଲାରେ ତଦନ୍ତ...

ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟକୁ ଦଣ୍ଡାଦେଶ ହୋଇସାରିଛି। ସଂଜୟକୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି।  ପୀଡ଼ିତା ଡାକ୍ତରଙ୍କ ପରିବାର ଏହି ମାମଲାରେ ତଦନ୍ତ...

aaddaxz

ନୂଆଦିଲ୍ଲୀ: ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟକୁ ଦଣ୍ଡାଦେଶ ହୋଇସାରିଛି। ସଂଜୟକୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି।  ପୀଡ଼ିତା ଡାକ୍ତରଙ୍କ ପରିବାର ଏହି ମାମଲାରେ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି। ମାମଲାରେ ଆଜି ପ୍ରଧାନ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ପୀଡ଼ିତା ପରିବାରର ଓକିଲଙ୍କୁ ସତର୍କ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ନ୍ୟାୟିକ ନିଷ୍ପତ୍ତିକୁ ନେଇ ସତର୍କତାର ସହ ପଦକ୍ଷେପ ଦିଅନ୍ତୁ।  ଏହାପରେ ପୀଡ଼ିତା ପରିବାରର ଓକିଲ କହିଥିଲେ ଯେ ଟ୍ରାଏଲ୍‌ କୋର୍ଟ ମାମଲାରେ ଦଣ୍ଡାଦେଶ ଶୁଣାଇବା ପୂର୍ବରୁ ସେମାନେ ଆବେଦନ କରିଥିଲେ।  କୋର୍ଟ କହିଥିଲେ ଆମେ ଭଲଭାବେ ଅବଗତ ଅଛୁ ଯେ ଦଣ୍ଡାଦେଶ ହେବା ପୂର୍ବରୁ ଆବେଦନ କରାଯାଇଥିଲା। ଏହି ମାମଲାରେ ସଦ୍ୟ ଆବେଦନ କରିବାପାଇଁ କୋର୍ଟ ପୀଡ଼ିତା ପରିବାରଙ୍କ ଓକିଲଙ୍କୁ କହିଥିଲେ। ସଦ୍ୟ ଆବେଦନ ହେବାପରେ କୋର୍ଟ ଏହାର ଶୁଣାଣି କରିବେ ବୋଲି ସିଜେଆଇ କହିଛନ୍ତି।

କୋର୍ଟ କହିଛନ୍ତି ଏଭଳି ଢଙ୍ଗରେ ଆବେଦନ କରନ୍ତୁ ଯାହାର ଅପବ୍ୟବହାର ହୋଇପାରିବନି।  ଆପଣ ନିଜେ ଭଲଭାବେ ଚିନ୍ତା କରିବା ଉଚିତ ଏବଂ ଆବେଦନ ପ୍ରତ୍ୟାହାର କରି ସଦ୍ୟ ଆବେଦନ କରିବା ଉଚିତ।  ସଲିସିଟର ଜେନେରାଲ ତୁଷାର ‌ମେହଟା ମଧ୍ୟ ଖଣ୍ଡପୀଠଙ୍କ କଥାକୁ ସମର୍ଥନ କରି କହିଥିଲେ ଯେ ପୂର୍ବରୁ ହୋଇଥିବା ଆବେଦନ ଉଦ୍ଦେଶ୍ୟହୀନ ଭାବେ ଅଭିଯୁକ୍ତକୁ ସହଯୋଗ କରିବ ଏବଂ ପୀଡ଼ିତ ପକ୍ଷଙ୍କୁ ପ୍ରଭାବିତ କରିବ। କୋର୍ଟ କ’ଣ ପରାମର୍ଶ ଦେଉଛନ୍ତି ତାହା ଭଲଭାବେ ବୁଝିବାପାଇଁ ସେ ପୀଡ଼ିତା ପରିବାର ସଦସ୍ୟଙ୍କ ଓକିଲଙ୍କୁ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ‌ଯେ ୨୦୨୪ ଅଗଷ୍ଟ ୨୨ ତାରିଖରେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇଥିବା ଆନ୍ଦୋଳନରତ ଡାକ୍ତରମାନଙ୍କର ଡ୍ୟୁଟିରେ ଅନୁପସ୍ଥିତ ଥିବା ସମୟକୁ ‌ନିୟମିତ କରାଯିବ।  ଉଲ୍ଲେଖଯୋଗ୍ୟ,  ଅଗଷ୍ଟ ୯ ତାରିଖରେ ଆର୍‌ଜି କର ହସ୍ପିଟାଲ୍‌ରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe