ଆପଲ୍ ଏକ୍ଜିକ୍ୟୁଟିଭ୍‌ ହତ୍ୟା ଘଟଣା: ଦୋଷୀ ପୁଲିସଙ୍କୁ ସମର୍ଥନ କରି ୪ କନେଷ୍ଟବଳ ନିଲମ୍ବିତ; ୩ ଏସ୍‌ଏଚ୍‌ଓ କାର୍ଯ୍ୟାନ୍ତର

Advertisment
ଆପଲ୍ ଏକ୍ଜିକ୍ୟୁଟିଭ୍‌ ହତ୍ୟା ଘଟଣା:  ଦୋଷୀ ପୁଲିସଙ୍କୁ ସମର୍ଥନ କରି ୪ କନେଷ୍ଟବଳ ନିଲମ୍ବିତ; ୩ ଏସ୍‌ଏଚ୍‌ଓ କାର୍ଯ୍ୟାନ୍ତର

ଲକ୍ଷ୍ନୌ: ଗତ ସପ୍ତାହରେ ଜଣେ ଆପ୍ଲ୍‌ ଏକ୍ଜିକ୍ୟୁଟିଭ୍‌ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ  ଉତ୍ତର ପ୍ରଦେଶ ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଉଠିଥିବା ପ୍ରତିବାଦକୁ ଦମନ କରିବାକୁ ଯାଇ ଅନ୍ୟୂନ ତିନି ଜଣ ଏସ୍‌ଏଚ୍‌ଓଙ୍କୁ କାର୍ଯ୍ୟାନ୍ତର କରିବା ସହ ଚାରିଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିବା ପରେ ଦୁଇଜଣ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ତଲାସ ନିମନ୍ତେ କାର୍‌ ଅଟକାଇବାକୁ ମନା କରିଥିବା ଆପ୍ଲ୍‌ କମ୍ପାନି ଏକ୍ଜିକ୍ୟୁଟିଭ୍‌ଙ୍କୁ ଗୁଳିମାରି ହତ୍ୟା କରିଥିବା ସହକର୍ମୀଙ୍କୁ ସମର୍ଥନ କରିବା ସହ  କଳାପଟି ବାନ୍ଧିଥିବା ପୁଲିସ କର୍ମଚାରୀଙ୍କ  ଫଟୋ ସାମାଜିକ ଗଣମାଧମରେ ଦେଖିବାକୁ ମିଳିଥିଲା।

ରାଜ୍ୟ ରାଜଧାନୀ ଅନ୍ତର୍ଗତ ନାକା, ଗୁଦମ୍ବା ଏବଂ ଆଲିଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀମାନଙ୍କୁ ଶୁକ୍ରବାର ଦିନ କାର୍ଯ୍ୟାନ୍ତର କରାଯାଇଛି ଏବଂ ସେଠାରେ ନିଯୁକ୍ତ ତିନି ଜଣ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବିଭାଗୀୟ ତଦନ୍ତ ଚାଲିଛି ବୋଲି ଆଇନ୍‌ ଶୃଙ୍ଖଳା ବିଭାଗର ଡିଆଇଜି ପ୍ରବୀଣ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe