ଆପଲ୍‌ ୱାଚ୍‌ରେ ହ୍ୟାକିଂ ବିପଦ: ସତର୍କ କରାଇଲେ ସରକାର

ଆପଲ୍‌ ୱାଚ୍‌ରେ ହ୍ୟାକିଂ ବିପଦ: ସତର୍କ କରାଇଲେ ସରକାର

securitynewspaper.com

ନୂଆଦିଲ୍ଲୀ : ଯେଉଁ ଆପଲ୍‌ ୱାଚ୍‌ଗୁଡ଼ିକରେ ୱାଚ୍‌ଓଏସ୍ ୮.୭ଠାରୁ ପୁରୁଣା ଅପରେଟିଂ ସିଷ୍ଟମ୍ ରହିଛି ତାହାକୁ ସହଜରେ ହ୍ୟାକ୍ କରାଯାଇପାରିବ। ସେଭଳି ୱାଚ୍‌ର ସୁରକ୍ଷା ବ୍ୟବସ୍ଥାରେ ବହୁ ଛିଦ୍ର ରହିଛି ଯାହାକୁ ବ୍ୟବହାର କରି ହ୍ୟାକରମାନେ ଫାଇଦା ଉଠାଇପାରିବ। ତେଣୁ ଯେଉଁମାନେ ଏଭଳି ପୁରୁଣା ଆପଲ୍‌ ୱାଚ୍‌ ବ୍ୟବହାର କରୁଛନ୍ତି ସେମାନେ ଆବଶ୍ୟକ ପ୍ୟାଚ୍‌ ପାଇଁ ଆବେଦନ କରିବାକୁ ସରକାରଙ୍କ ସାଇବର୍ ନିରାପତ୍ତା ଏଜେନ୍ସି ସିଇଆର୍‌ଟି-ଇନ୍ ପକ୍ଷରୁ କୁହାଯାଇଛି। ଆପଲ୍ ୱାଚ୍‌ରେ ରହିଥିବା ବିପଦଗୁଡ଼ିକୁ ବିଷୟରେ ସିଇଆର୍‌ଟି-ଇନ୍ ବ୍ୟବହାରକାରୀମାନଙ୍କୁ ସତର୍କ କରାଇ ଦେଇଛି। ବିପଦର ମାତ୍ରା ଅତ୍ୟଧିକ ବୋଲି ଏହା ଜଣାଇଛି। ସୁରକ୍ଷା ବ୍ୟବସ୍ଥାରେ ଥିବା ଛିଦ୍ରକୁ ପୂରଣ ନକଲେ ହ୍ୟାକର୍‌ମାନେ ସହଜରେ ଡିଭାଇସ୍‌କୁ ହ୍ୟାକ୍ କରି ନିଜ କାମ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe