ଭୋପାଳ: ଦିନକୁ ଦିନ ଚାହିଦା ବୃଦ୍ଧି ପାଉଥିବା ଆପଲ୍ ୱାଚ୍ ମଧ୍ୟପ୍ରଦେଶର ନୈନପୁର ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟବସାୟୀଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ବ୍ୟବସାୟୀଙ୍କ ନାମ ସାହିଲ। ଯିଏକି ଚାଉଳ ବ୍ୟବସାୟ କରନ୍ତି।
ଆପଲ ୱାଚ ହେତୁ ଜୀବନ ବଞ୍ଚି ଯାଇଥିବା ଚାଉଳ ବ୍ୟବସାୟୀ ସାହିଲଙ୍କ କହିବାନୁସାରେ,‘ମୁଁ ସମ୍ପ୍ରତି ଜବଲପୁରରେ ଏକ ବୈଠକରେ ଯୋଗ ଦେବାପାଇଁ ଯାଇଥିଲି। ବୈଠକ ପରେ ଏକ ସିନେମା ଦେଖିବାକୁ ଯୋଜନା କରିଥିଲି। ସିନେମା ଦେଖୁଥିବା ସମୟରେ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ମୋର ଆପଲ୍ ୱାଚ୍ ସତର୍କ କରାଇ ଦେଲା ଯେ ମୋର ହୃଦସ୍ପନ୍ଦନ ଅସ୍ୱାଭାବିକ ହେଉଛି। ଏହାପରେ ମୁଁ ସିନେମା ସରିବା ପରେ ଟ୍ରେନ୍ ଧରିବା ପରିବର୍ତ୍ତେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯିବାକୁ ସ୍ଥିର କରିଥିଲି।
ଆପଲ୍ ୱାଚ୍ ବଞ୍ଚାଇଲା ଜୀବନ
ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ରକ୍ତଚାପ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ପରୀକ୍ଷା ପରେ ଜଣାପଡିଲା ମୋର ରକ୍ତଚାପ ୧୮୦/୧୨୦ ଥିଲା, ଯାହାକୁ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ତର ବୋଲି ବିବେଚନା କରିଥିଲେ ଡାକ୍ତର। ତୁରନ୍ତ ଡାକ୍ତର ମୋତେ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରି ଦେଇଥିଲେ।
ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ଯଦି ଉଚିତ ସମୟରେ ଚିକିତ୍ସା କରାଯାଇ ନଥାଆନ୍ତା ତେବେ ବ୍ରେନ ଷ୍ଟୋକ ହେବାର ଆଶଙ୍କା ରହିଥିଲା। ଯଦି ଆପଲ୍ ୱାଚ୍ ସମୟାନୁସାରେ ସତର୍କ ସୂଚନା ଜାରି କରି ନଥାନ୍ତା, ତେବେ ମୁଁ ଆଜି ଜୀବିତ ନଥାନ୍ତି।
ଜୀବନ ବଞ୍ଚିବା ପରେ ସ୍ମାର୍ଟୱାଚ୍ ପିନ୍ଧିବାକୁ ଯୁବକ କରୁଛନ୍ତି ଉତ୍ସାହିତ
ଏହି ଘଟଣା ପରେ ମୁଁ ଏବେ ମୋ ବନ୍ଧୁ ଏବଂ ପରିବାରକୁ ସ୍ମାର୍ଟୱାଚ୍ ପିନ୍ଧିବାକୁ ଉତ୍ସାହିତ କରାଉଛି। କାରଣ ମୋ ବିଶ୍ବାସ ଯେ ଏହା କେବଳ ଏକ ଗ୍ୟାଜେଟ୍ ନୁହେଁ ବରଂ ଏକ ଜୀବନ ରକ୍ଷାକାରୀ ଉପକରଣ ପ୍ରମାଣିତ ହୋଇଛି।’
ଅଧିକପଢ଼ନ୍ତୁ:ଗଙ୍ଗା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶେଷ ହୋଇଗଲା ପୂରା ପରିବାର
ଅଧିକପଢ଼ନ୍ତୁ:ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ ଏହି ଆୟୁର୍ବେଦିକ ଉପଚାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/untitled-20-2025-11-04-18-26-47.jpg)