Image Courtesy of Mint
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ‘କୋଭାସିଲ୍ଡ୍’ର ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆବେଦନ କରିବ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦର ପୁନାୱାଲା କହିଛନ୍ତି।
ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ୍ କରିବା ପରେ ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ ସୁଦ୍ଧା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଔଷଧ ନିର୍ମାତା ଆଷ୍ଟ୍ରାଜେନିକାଦ୍ବାରା ବିକଶିତ କରୋନାଭାଇରସ୍ ଟିକା ‘କୋଭାସିଲ୍ଡ୍’ ୩୦୦ ରୁ ୪୦୦ ନିୟୁତ ଡୋଜ୍ ଆବଶ୍ୟକ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।
ସାମ୍ବାଦିକମାନଙ୍କୁ ସେ କହିଛନ୍ତି, କେତେ ଡୋଜ୍ କିଣାଯିବ ସେ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧର ଭାରତ ସରକାରଙ୍କ ଠାରୁ ଲିଖିତ ଭାବେ ଆମ ପାଖକୁ କିଛି ଆସିନାହିଁ। କିନ୍ତୁ, ୨୦୨୧ ଜୁଲାଇ ସୁଦ୍ଧା ୩୦୦ ରୁ ୪୦୦ ନିୟୁତ ଡୋଜ୍ କିଣାଯିବ ବୋଲି ସୂଚନା ମିଳୁଛି।
Image Courtesy of NDTVବ୍ୟକ୍ତିଗତ ଭାବେ କରୋନାଭାଇରସ୍ ଟିକାର ଅଗ୍ରଗତି ଏବଂ ନିର୍ମାଣ ପ୍ରକ୍ରିୟା ସମୀକ୍ଷା କରିବାକୁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶୀର୍ଷ ‘ଭ୍ୟାକ୍ସିନ୍ ହବ୍’ଗୁଡ଼ିକ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟ କହିଛି ଯେ, ନାଗରିକମାନଙ୍କୁ ଟିକା ଦେବା ନିମନ୍ତେ ଭାରତ ଚଳାଇଥିବା ଉଦ୍ୟମର ପ୍ରସ୍ତୁତି, ଆହ୍ବାନ ଏବଂ ଯୋଜନା ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଧାରଣା ହାସଲ କରିବା ଥିଲା ଏହି ଗସ୍ତର ଉଦ୍ଦେଶ୍ୟ।
ପୁନାୱାଲା ମଧ୍ୟ କହିଛନ୍ତି ଯେ, ପ୍ରଥମେ ଏହି କରୋନାଭାଇରସ୍ ଟିକା ଭାରତରେ ବିତରଣ କରାଯିବ ଏବଂ ତା’ପରେ ଆଫ୍ରିକୀୟ ରାଷ୍ଟ୍ରମାନଙ୍କୁ ଦିଆଯିବ।
Follow Us