ଜୟଲଳିତାଙ୍କ ମୃତ୍ୟୁ ତଦନ୍ତ : ୪ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ଆପୋଲୋ ହସ୍ପିଟାଲର ସିସିଟିଭି କ୍ୟାମେରା ବନ୍ଦ ରହୁଥିଲା

ଜୟଲଳିତାଙ୍କ ମୃତ୍ୟୁ ତଦନ୍ତ : ୪ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ଆପୋଲୋ ହସ୍ପିଟାଲର ସିସିଟିଭି କ୍ୟାମେରା ବନ୍ଦ ରହୁଥିଲା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ନେଇ ଅନେକ ବାଦବିବାଦ ସୃଷ୍ଟି ହୋଇଥିଲା। ସେ ଦୀର୍ଘ ଦିନ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଆକାମୀ ହେବାରୁ ମୃତ୍ୟୁମୁଖରେ ପଡ଼ିଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ଜୟଲଳିତାଙ୍କ ଚିକିତ୍ସା କାଳରେ ହସ୍ପିଟାଲରେ ତାଙ୍କର ଗତିବିଧି ନେଇ ସନ୍ତୋଷଜନକ ସିସିଟିଭି ଫୁଟଜ୍‌ ନ ଥିବାରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଆଜି ଏ ନେଇ ଆପୋଲୋ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

publive-image

ଶନିବାର ଆପୋଲୋ ହସ୍ପିଟାଲ ପକ୍ଷରୁ ଜୟଲଳିତାଙ୍କ ଚିକିତ୍ସା ସମୟରେ ସିସି ଟିଭି କ୍ୟାମେରା ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ଏକ ୫ ଫର୍ଦ୍ଦ ବିଶିଷ୍ଟ ସତ୍ୟପାଠ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରୁଥିବା ଅରୁମୁଘାସ୍ୱାମୀ କମିସନଙ୍କ ନିକଟରେ ଦାଖଲ କରି ଏହି ତଥ୍ୟ ଦେଇଛି ଆପୋଲୋ। ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ୪ ଜଣ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଜୟଲଳିତାଙ୍କୁ ତାଙ୍କ କ୍ୟାବିନ୍‌ରୁ ବାହାରକୁ ନେବାବେଳେ ସିସିଟିଭି କ୍ୟାମେରାକୁ ବନ୍ଦ କରି ଦିଆଯାଇଥିଲା। ଏହି ପୁଲିସ ଅଧିକାରୀଙ୍କ ମଧ୍ୟରେ ତାମିଲନାଡୁର ତତ୍କାଳୀନ ଆଇଜି (ଇଣ୍ଟେଲିଜେନ୍ସ) ସାମିଲ୍‌ ଥିଲେ ବୋଲି ଉଲ୍ଲେଖ କରାଯାଇଛି।

ପୁଲିସ ଅଧିକାରୀଙ୍କ ଅନୁରୋଧରେ ଚିକିତ୍ସା ଲାଗି ଜୟଲଳିତାଙ୍କୁ ହସ୍ପିଟାଲ୍‌ କୋଠରୀରୁ ବାହାରକୁ ଆଣିବା ସମୟରେ ସମସ୍ତ ସିସିଟିଭି କ୍ୟାମେରା ବନ୍ଦ କରିଦିଆଯାଉଥିଲା ଓ ସେ କୋଠରୀକୁ ଫେରିବା ପରେ ତାକୁ ଚାଲୁ କରାଯାଉଥିଲା। ତେବେ କାହା ନିର୍ଦ୍ଦେଶରେ ପୁଲିସ ଅଧିକାରୀ ହସ୍ପିଟାଲକୁ ଏପରି ନିର୍ଦ୍ଦେଶ ଦେଇଥିଲେ ତାହା ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ କି ୨୦୧୬ ଡ଼ିସେମ୍ବର ୫ ତାରିଖରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ସେପ୍ଟେମ୍ବରରେ ଏହି ଘଟଣାର ତଦନ୍ତ ନେଇ ତାମିଲନାଡୁ ସରକାର କମିସନ ନିଯୁକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe