Image Courtesy of Zee News
କୋଲ୍କାତା: ଦକ୍ଷିଣବଙ୍ଗ ସୀମାନ୍ତର ସୀମା ସୁରକ୍ଷା ବଳ ମାଲ୍ଦାରୁ ଗିରଫ କରିଥିବା ଚୀନ୍ ନାଗରିକଜଣକ ଚମକପ୍ରଦ କଥା ପ୍ରକାଶ କରିଛନ୍ତି। ଜାଲ୍ କାଗଜପତ୍ର ଦାଖଲ କରି ୧୩୦୦ରୁ ଅଧିକ ଭାରତୀୟ ସିମ୍ କାର୍ଡ ଯୋଗାଡ଼ କରିଥିବା କଥା କେତେ ଘଣ୍ଟା ଧରି ପଚରା ଉଚୁରା କରାଯିବା ପରେ ହାନ୍ ଜୁନ୍ୱେଇ ନାମକ ସେ ବ୍ୟକ୍ତିଜଣକ ସ୍ବୀକାର କରିବା ସହ କହିଥିଲେ ଯେ, ସେଗୁଡ଼ିକୁ ସେ ତାଙ୍କର ଅନ୍ତର୍ବାସରେ ଲୁଚାଇ ରଖୁଥିଲେ।
ଭାରତୀୟ ଆକାଉଣ୍ଟ୍ଗୁଡ଼ିକୁ ହ୍ୟାକ୍ କରିବା ଏବଂ ଭାରତରେ ଅନ୍ୟାନ୍ୟ ଆର୍ଥିକ ଠକେଇ କରିବା ଲାଗି ଚୋରାଚାଲାଣ ହୋଇଥିବା ଉକ୍ତ ସିମ୍ କାର୍ଡଗୁଡ଼ିକୁ ପରେ ଚୀନ୍ରେ ବ୍ୟବହାର କରାଯାଇ ଥାଆନ୍ତା ବୋଲି ସେ କହିଛନ୍ତି।
Image Courtesy of Times of Indiaସୂଚନାଯୋଗ୍ୟ, ଗୁରୁବାର ଦିନ ଭାରତ ସୀମା ଭିତରକୁ ପ୍ରବେଶ କରୁଥିବା ବେଳେ ଜୁନ୍ୱେଇଙ୍କୁ ମାଲ୍ଦା ଅଞ୍ଚଳସ୍ଥିତ ଭାରତ-ବଙ୍ଗ ସୀମାନ୍ତ ସୁଲ୍ତାନ୍ପୁରରୁ ଗିରଫ କରାଯାଇ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଜୁନ୍ୱେଇ ଜଣେ ‘ୱାଣ୍ଟେଡ୍ କ୍ରିମିନାଲ୍’। ସେ ଏବଂ ତାଙ୍କର ସହଯୋଗୀମାନେ ଭାରତୀୟ ସିମ୍କାର୍ଡଗୁଡ଼ିକୁ ଅନ୍ତର୍ବାସରେ ଲୁଚାଇ ରଖି ଚୀନ୍କୁ ପଠାଉଥିଲେ।
ପୂର୍ବରୁ ଜୁନ୍ୱେଇଙ୍କ ନାମରେ ‘ବ୍ଲୁ କର୍ଣ୍ଣର୍ ନୋଟିସ୍’ (ଅନୁସନ୍ଧାନ କରି ଠାବ କରିବା) ମଧ୍ୟ ଜାରି ହୋଇଥିଲା। ଉଲ୍ଲେଖଯୋଗ୍ୟ, କେତେକ ଅଭିଯୋଗରେ ଜୁନ୍ୱେଇଙ୍କ ବ୍ୟାବସାୟିକ ଅଂଶୀଦାର ସୁନ୍ ଜିଆଙ୍ଗ୍ ଲକ୍ଷ୍ନୌର ‘ଏଟିସ୍’ଦ୍ବାରା ଗିରଫ ହୋଇଥିଲେ। ନିୟମ ଅନୁସାରେ, ସେବେଠାରୁ ହାନ୍ ଜୁନ୍ୱେଇଙ୍କ ବିପକ୍ଷରେ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
Follow Us