ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ୍ ସୁନ୍ନି ନଦୀବନ୍ଧ ଜଳବିଦ୍ୟୁତ୍ ପ୍ରକଳ୍ପରେ ନିବେଶ ପାଇଁ ମଞ୍ଜୁରୀ

Advertisment
ଜଙ୍ଗଲ ଭିତରେ ୨୦ ଚେକ୍‌ଡ୍ୟାମ୍‌: ଚାଷୀ ନାହାନ୍ତି କି ଚାଷଜମି, ୧. ୫୧ କୋଟି ଟଙ୍କା ଅପବ୍ୟୟ

India Blooms

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୬୧୪.୫୧ କୋଟି ଟଙ୍କା ବିନିଯୋଗରେ ଏସ୍‌ଜେଭିଏନ୍‌ ଦ୍ୱାରା ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ୍‌ ସୁନ୍ନି ନଦୀବନ୍ଧ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ୧୩.୮୦ କୋଟି ଟଙ୍କା ବଜେଟ ସହାୟତା ମଧ୍ୟ ସାମିଲ ରହିଛି। ଜାନୁଆରି ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୨୪୬ କୋଟି ଟଙ୍କା ସଂଚୟୀ ବ୍ୟୟ ପାଇଁ କାର୍ଯ୍ୟୋତ୍ତର ଅନୁମୋଦନ ମଧ୍ୟ ଦିଆଯାଇଛି।

୨୬୧୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରକୃତ ବିନିଯୋଗ ୨୨୪୬.୪୦ କୋଟି ଟଙ୍କା, ନିର୍ମାଣାଧୀନ ସମୟର ସୁଧ (ଆଇଡିସି) ୩୫୮.୯୬ କୋଟି ଟଙ୍କା ଓ ବିତ୍ତପୋଷଣ ଶୁଳ୍କ (ଏଫ୍‌ସି) ୯.୧୫ କୋଟି ଟଙ୍କା ସାମିଲ ରହିଛି। ପରିବର୍ତ୍ତନ ପାଇଁ ଖର୍ଚ୍ଚର ସଂଶୋଧିତ ବିନିଯୋଗ ଅନୁମୋଦନ ଓ ନିର୍ମାଣକାରୀ ସମୟ ଅତିକ୍ରମ କରିବା ସ୍ଥଳେ ଅନୁମୋଦିତ ମୂଲ୍ୟ ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ।

ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏସ୍‌ଜେଭିଏନ୍‌ ଦ୍ୱାରା ୩୮୨ ମେଗାୱାଟ୍‌ ସୁନ୍ନି ନଦୀବନ୍ଧ ଏଚ୍‌ଇପି ନିର୍ମାଣ ସ୍ଥାନୀୟ ଯୋଗାଣକାରୀ, ସ୍ଥାନୀୟ ଉଦ୍ୟୋଗ ଓ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଅନେକ ଲାଭ ପ୍ରଦାନ କରିବ। ନିଯୁକ୍ତି ବୃଦ୍ଧି ବ୍ୟତୀତ ଦେଶରେ ଉଦ୍ୟମିତା ସୁଯୋଗକୁ ପ୍ରୋତ୍ସାହନ ମାଧ୍ୟମରେ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ସୁନିଶ୍ଚିତ ହେବ। ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ସୋପାନରେ ପ୍ରାୟ ୪ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe