ଓଡ଼ିଶାରେ ଘରୋଇ ସହାୟିକାଙ୍କୁ ନେଇ ଲୋକସଭାରେ ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ

Advertisment
ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

image source-jagaran.com

ନୂଆଦିଲ୍ଲୀ: ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ କେତେ ଜଣ ଘରୋଇ ସହାୟିକା କାମ କରୁଛନ୍ତି ଓ କୋଭିଡ ମହାମାରୀ ଯୋଗୁଁ ସେମାନଙ୍କ ଉପରେ କଣ ପ୍ରଭାବ ପଡିଛି ସେ ନେଇ ଲୋକସଭାରେ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ |

ସେହିପରି କୋଭିଡ ଯୋଗୁଁ ହୋଇଥିବା ଲକଡାଉନ ପାଇଁ କୌଣସି ଘରୋଇ ସହାୟିକା ଆତ୍ମହତ୍ୟା କରିଛନ୍ତି କି ସେନେଇ ମଧ୍ୟ ଅପରାଜିତା କେନ୍ଦ୍ର ସରକାରଙ୍କଠାରୁ ତଥ୍ୟ ମାଗିଛନ୍ତି | ଆଉ ଅପରାଜିତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ୨୦୧୧-୧୨ ର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୨୭୧୪ ଜଣ ଘରୋଇ ସହାୟିକା କାର୍ଯ୍ୟ କରୁଛନ୍ତି |

କୋଭିଡ ମହାମାରୀ ଯୋଗୁ ହୋଇଥିବା ଲକଡାଉନରେ ଘରୋଇ ସହାୟିକାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି, ଆଉ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମୁଦାୟ ୨୦ କୋଟି ୪୦ ଲକ୍ଷ ଘରୋଇ ସହାୟିକାଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ତିନି ମାସ ପାଇଁ ଦିଆଯାଇଛି | ସେହିପରି ମାସକୁ ପାଞ୍ଚ କିଲୋଗ୍ରାମ ଲେଖାଏଁ ମାଗଣାରେ ଚାଉଳ ଏପ୍ରିଲ ୨୦୨୧ ରୁ ନଭେମ୍ବର ୨୦୨୧ ଯାଏଁ ଦେବାର ବ୍ୟବସ୍ଥା କରାଯାଇଛି |

ତେବେ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇ କେତେ ଜଣ ଘରୋଇ ସହାୟିକା ଆତ୍ମହତ୍ୟା କରିଛନ୍ତି ସେ ସମ୍ବନ୍ଧୀୟ ସୂଚନା ଓଡ଼ିଶା ସରକାରଙ୍କ ଠାରୁ ଅପେକ୍ଷା କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe