କର୍ମଚାରୀମାନଙ୍କୁ ‘ଏପ୍ରିଲ୍‌ ଫୁଲ୍‌’ କରିବା ଲାଗି ବିମାନ ପରିଚାରିକା ବେଶ ହେଲେ ଜିଲ୍‌ ବାଇଡେନ୍‌

Advertisment
କର୍ମଚାରୀମାନଙ୍କୁ ‘ଏପ୍ରିଲ୍‌ ଫୁଲ୍‌’ କରିବା ଲାଗି ବିମାନ ପରିଚାରିକା ବେଶ ହେଲେ ଜିଲ୍‌ ବାଇଡେନ୍‌

Image Courtesy of India Today

ଓ୍ଵାସିଂଟନ୍‌: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ଫାଷ୍ଟ୍‍ ଲେଡି’ ଜିଲ୍‌ ବାଇଡେନ୍‌ କାଲିଫର୍ଣ୍ଣିଆରୁ ଓ୍ଵାସିଂଟନ୍‌ ଫେରୁଥିବା ବେଳେ ତାଙ୍କ ସହ ବିମାନରେ ଥିବା ସାମ୍ବାଦିକ ଓ ରିପୋର୍ଟର୍‌ମାନଙ୍କୁ ‘ଏପ୍ରିଲ୍‌ ଫୁଲ୍‌’ କରିବା ପାଇଁ ଜଣେ ବିମାନ ପରିଚାରିକା ବେଶରେ ‘ଆଇସ୍‌କ୍ରିମ୍‌ ବାର୍‌’ ବଣ୍ଟନ କରିଥିଲେ।

ଛୋଟ କଳା କେଶ ରଖିଥିବା ଜଣେ ମହିଳା ମୁହଁରେ କଳାଫେସ୍‌ ମାସ୍କ୍‌ ବାନ୍ଧି ବିମାନର ବ୍ୟାବିନ୍‌ରୁ କ୍ୟାବିନ୍‌ ବୁଲି କର୍ମଚାରୀ, ସିକ୍ରେଟ୍‌ ସର୍ଭିସ୍‌ ଏବଂ ସାମ୍ବାଦିକମାନଙ୍କୁ ‘ଆଇସ୍‌କ୍ରିମ୍‌ ବାର୍‌’ ବଣ୍ଟନ କରିଥିଲେ। ତାଙ୍କ ପୋଷାକରେ ଲାଗିଥିବା ‘ନେ୍‌ମ୍‌ଟ୍ୟାଗ୍‌’ରେ ଲେଖାଥିଲା ‘ଜସ୍ମିନ୍‌’।

publive-image Image Courtesy of The News and Views

ଏହାର ପାଞ୍ଚ ମିନିଟ୍‌ ପରେ ‘ଜସ୍ମିନ୍‌’ ନାମ୍ନୀ ସେ ମହିଳା ମୁଣ୍ଡର ପରଚୂଳା (ଓ୍ଵିଗ୍‌) କାଢ଼ି ପୁଣି ସାମ୍ବାଦିକମାନଙ୍କ ସାମ୍ନାକୁ ଆସିବାରୁ ଜଣାପଡ଼ିଲା ଯେ, ଜିଲ୍‌ ବାଇଡେନ୍‌ଙ୍କ ଛଡ଼ା ଅନ୍ୟ କେହି ନୁହନ୍ତି। ଏହାପରେ ବିମୁଗ୍ଧ ହୋଇ ଜିଲ୍‌ ବାଇଡେନ୍‌ କହିଲେ, ‘ଏପ୍ରିଲ୍‌ ଫୁଲ୍‌ସ୍‌!’

କଠିନ ଚକ୍‌ଲିଟ୍‌ ଆବରଣ ଥିବା ଏହି ଭାନିଲା ଆଇସ୍‌କ୍ରିମ୍‌ ଖୁବ୍‌ ସୁସ୍ୱାଦୁ ଥିଲା ବୋଲି ସାମ୍ବାଦିକମାନେ କହିଛନ୍ତି।

ବିମାନରେ ସହଯାତ୍ରୀମାନଙ୍କୁ ଆଇସ୍‌କ୍ରିମ୍‌ ବାର୍‌ ବାର୍‌ ବଣ୍ଟନ କରି ବୁଦ୍ଦୁ ବନାଇବା ବାଇଡେନ୍‌ଙ୍କ ପକ୍ଷେ ପ୍ରଥମ ଘଟଣା ନୁହେଁ। ଥରେ ସେ ‘ଏୟାର୍‌ ଫୋର୍ସ ଟୁ’ର ଉପରେ ଥିବା ଏକ କମ୍ପାର୍ଟମେଣ୍ଟ୍‌ରେ ପଶିଥିଲେ। ସେତେବେଳେ ଉପରାଷ୍ଟ୍ରପତି ଥିବା ଜୋ ବାଇଡେନ୍‌ ‘ବୁଉ’ ବୋଲି ଚିତ୍କାର କରି ‘କ୍ୟାବିନ୍‌’ଟିକୁ ଖୋଲିବାକୁ କହିଥିଲେ। ସେମାନେ କ୍ୟାବିନ୍‌ ଖୋଲିବା ପରେ ଜିଲ୍‌ଙ୍କୁ ଦେଖି ବିସ୍ମିତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe