ହମାସ୍‌ ଆକ୍ରମଣ ପ୍ରତି ସମର୍ଥନ ଜଣାଇ ଗିରଫ ହେଲେ ଅଭିନେତ୍ରୀ

Advertisment
ହମାସ୍‌ ଆକ୍ରମଣ ପ୍ରତି ସମର୍ଥନ ଜଣାଇ ଗିରଫ ହେଲେ ଅଭିନେତ୍ରୀ

Image Courtesy of India Today

ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ୍‌ରେ ହମାସ୍‌ର ଅକ୍ଟୋବର ୭ ଆକ୍ରମଣକୁ ସମର୍ଥନ କରୁଥିବା ସନ୍ଦେହରେ ଅଗ୍ରଣୀ ଆରବ-ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବ୍‌ଦେଲ୍‌ ହାଦୀଙ୍କୁ ସୋମବାର ଦିନ ଗିରଫ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଏ କଥା ପୁଲିସ ଓ ହାଦୀଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି। ଉତ୍ତର ଇସ୍ରାଏଲୀୟ ନଗରୀ ନାଜାରେଥ୍‌ରେ ବାସ କରୁଥିବା ମୈସା ଅବ୍‌ଦେଲ୍‌ ହାଦୀଙ୍କୁ ସୋମବାର ଦିନ ଗିରଫ କରାଯାଇଛି ଓ ତାଙ୍କୁ ଗୁରୁବାର ପର୍ଯ୍ୟନ୍ତ ହାଜତରେ ରଖାଯିବ ବୋଲି ପୁଲିସ କହିଛି।

ସାମାଜିକ ଗଣମାଧ୍ୟମରେ ଏହି ପ୍ରଳୟଙ୍କରୀ ଯୁଦ୍ଧ ବିଷୟରେ ଆଲୋଚନା କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରୁଥିବା ବର୍ଦ୍ଧିଷ୍ଣୁ ଆରବ-ଇସ୍ରାଏଲୀୟଙ୍କ ମଧ୍ୟରେ ହାଦୀ ହେଉଛନ୍ତି ଜଣେ। ଅକ୍ଟୋବର ୭ ତାରିଖ ଦିନ ହମାସ ଆକ୍ରମଣ ସମୟରେ ଗୋଟାଏ ‘ବୁଲ୍‌ଡୋଜର୍‌’ ଗାଜା ଷ୍ଟ୍ରିପ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଥିବା ଏକ ବାଡ଼ ଅତିକ୍ରମ କରୁଥିବା ସମୟର ଫଟୋ ହାଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ। ଇସ୍ରାଏଲ୍‌ କହୁଛି ସେଦିନର ଆକ୍ରମଣରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

publive-image Image Courtesy of Times Now

ଉକ୍ତ ଫଟୋ ପୋଷ୍ଟ୍‌ କରି ହାଦୀ ଲେଖିଥିଲେ ‘ଚାଲନ୍ତୁ ବର୍ଲିନ୍‌ ଭଳି କରିବା’। ଅର୍ଥାତ୍‌ ୧୯୮୯ ପର୍ଯ୍ୟନ୍ତ ଜର୍ମାନିକୁ ଦୁଇ ଭାଗ କରି ରଖିଥିବା ବର୍ଲିନ୍‌ ପ୍ରାଚୀର ପତନ ଦୃଷ୍ଟାନ୍ତ ଦେଇ ସେ ଏକଥା ଲେଖିଥିଲେ।

ଗଣମାଧ୍ୟମକୁ ତାଙ୍କର ଆଟର୍ଣ୍ଣି ତଥା ମୌସାୱାତ୍‌ ମାନବ ଅଧିକାର ସଂଘର ନିର୍ଦେଶକ ଜାଫର୍‌ ଫାରା କହିଛନ୍ତି, ତାଙ୍କ ନାଁରେ ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ୩୭ ବର୍ଷିୟ ଅଭିନେତ୍ରୀ ମୈସା ଅବ୍‌ଦେଲ୍‌ ହାଦୀ ଅନେକ ‘ସିରିଜ୍‌’, ‘ଚଳଚ୍ଚିତ୍ର’ ଓ ନାଟକରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe